5ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଟଣୀ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ

ଲାଞ୍ଚ ନେଇ ବାରମ୍ବାର ଧରାପଡୁଥିଲେ ମଧ୍ୟ ଟଙ୍କା ର ଲୋଭ ମଣିଷକୁ ଏତେ କବଳିତ କରୁଛି ଯେ ଶେଷରେ ଧରାପଡ଼ି ନିନ୍ଦିତ ହେବା ସହିତ ଚାକିରୀ ମଧ୍ୟ ହରାଉଛି I ଏହା ଦୈନଦିନ ଖବର ହେଇଥିଲେ ମଧ୍ୟ ଲାଞ୍ଚ ନେବା ବନ୍ଦ ହେଉନି I ଏବେ ପୁଣି ଜଟଣୀ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଲଳିତା କପୁର ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେଇଛନ୍ତି I ପ୍ରାପ୍ତ ଖବର ଅନୁଯାଇ ମ୍ୟୁନିସିପାଲଟିର ଜଣେ ଅବସରପ୍ରାପ୍ତ କର୍ମଚାରୀ ଙ୍କର କିଛି ବକେୟା ରହିଥିଲା I କର୍ମଚାରୀ ଙ୍କ ନାମ ଭିକ୍ଷାକାରୀ ସାହୁ I

ତେବେ ଭିକ୍ଷାକାରୀ ବାରମ୍ବାର ତାଙ୍କ ବକେୟା ପାଉଣା ମଞ୍ଜୁର କରିବାକୁ ଅନୁରୋଧ କରୁଥିଲେ ମଧ୍ୟ ଲଳିତା କପୁର ଶୁଣିନଥିଲେ ଏଥିପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଲାଞ୍ଚ ନେବା ଏକ ଅପରାଧ ହେଇଥିବାରୁ କର୍ମଚାରୀ ଜଣଙ୍କ ଭିଜିଲାନ୍ସ ଙ୍କୁ ଜଣାଇଥିଲେ I ପୂର୍ବ ପ୍ରସ୍ତୁତି ଅନୁଯାଇ ଲଳିତା କପୁର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ ଏବଂ ତାଙ୍କ ଠାରୁ ଲାଞ୍ଚ ବାବଦ ଅର୍ଥ ମଧ୍ୟ ଜବତ କରିଥିଲେ I

Leave a Reply

Your email address will not be published. Required fields are marked *