ଅପରାଜିତା ଙ୍କ ଉପରେ ଭରଷା କରି ଅଢେଇ ଶହ ରୁ ଉର୍ଧ ବିଜେଡି କର୍ମୀ ମିଶିଲେ ବିଜେପି ରେ

ପ୍ରଶାସିକା ରୁ ରାଜନୀତି ରେ ପାଦ ରଖିଥିବା ଅପରାଜିତା ଙ୍କୁ ନେଇ ଓଡ଼ିଶାରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ବିଜେପି ପାଇଁ ଅପରାଜିତା ଟ୍ରମ୍ପ କାର୍ଡ ହେବେ ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଇଥିଲା I ତେବେ ଅପରାଜିତା ମଧ୍ୟ ପଛରେ ନାହାନ୍ତି ପ୍ରତ୍ୟକ ଅଂଚଳ କୁ ଗସ୍ତ କରି ଲୋକମାନଙ୍କ ସହିତ ମିଶୁଛନ୍ତି I ଏମିତିରେ ବି ଓଡ଼ିଶାରେ ତାଙ୍କ ଲୋକପ୍ରିୟତା ଯଥେଷ୍ଟ ଅଛି I ପୂର୍ବରୁ ଯେଉଁ ଅଞ୍ଚଳ ରେ କାର୍ଯ୍ୟ କରୁଥିଲେ ସେଠାରେ ତାଙ୍କର ବହୁ ସମର୍ଥକ ରହିଥିଲେ I

ତେବେ ରାଜନୀତି ରେ ଯୋଗ ଦେବା ପରେ ବିଜେପି ର ବାର୍ତ୍ତା ନେଇ ସମସ୍ତଙ୍କ ପାଖକୁ ଯାଉଛନ୍ତି ଅପରାଜିତା I କିଛିଦିନ ତଳେ ମିଶିଥିବା ଅପରାଜିତା ଙ୍କ ସମର୍ଥନରେ ମଙ୍ଗଳବାର ଦିନ ପ୍ରାୟ 250ରୁ ଊର୍ଦ୍ଧ୍ବ ବିଜେଡ଼ି କର୍ମୀ ଏବଂ ନେତା ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଥିଲେ

I ସମସ୍ତ କର୍ମୀ ଜୟଦେବ ନିର୍ବାଚନ ମଣ୍ଡଳୀର । ଅପରାଜିତା ଙ୍କ କାଯ୍ୟଶୈଳୀ ଏବଂ ବିଚାର ସେମାନଙ୍କୁ ବିଜେପି ରେ ମିଶିବା ପାଇଁ ପ୍ରୋତ୍ସାହିତ କରିଛି ବୋଲି କହିଛନ୍ତି ଦଳରେ ମିଶିଥିବା ବିଜେଡ଼ି ର ସଞ୍ଜୟ ପାତ୍ର, ଭବାନୀ ଦାସ ,ରାଜେଶ ସାହୁ,ବିଶ୍ଵଜିତ୍ ମିଶ୍ର, ସୁଧୀର ସାହୁ, ସୁଧାଂଶୁ ଜେନା , କ୍ଷେତ୍ରମୋହନ ମିଶ୍ର ଙ୍କ ସମେତ ଅନ୍ୟାନ୍ୟ କର୍ମୀ I

ବିଜେଡି କର୍ମୀଙ୍କ ବିଜେପି ରେ ଯୋଗଦାନ ବେଳେ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା, ସମୀର ମହାନ୍ତି ଏବଂ କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ରହି କର୍ମୀ ଙ୍କୁ ସ୍ୱାଗତ କରିଥିଲେ I

Leave a Reply

Your email address will not be published. Required fields are marked *