ଆରମ୍ଭ ହୋଇଗଲାଣି ମଳ ମାସ:ଏହି ମାସ ରେ କାହିଁକି ହୁଏ ନାହି ମାଙ୍ଗଳିକ କାର୍ଯ୍ୟ

ହିନ୍ଦୁ ଧର୍ମ ରେ ପରମ୍ପରା ର ବିଶେଷ ମହତ୍ୱ ରହିଛି। ଏଠାରେ ସବୁ କାର୍ଯ୍ୟ ର କିଛି ସମୟ ରହିଥାଏ। ଗ୍ରହଙ୍କ ଚଳନ ଅନୁସାରେ ସବୁ କାର୍ଯ୍ୟ ପାଇଁ ସମୟ ଠିକ୍ କରାଯାଇଥାଏ। କିନ୍ତୁ ହିନ୍ଦୁ ଧର୍ମ ଅନୁସାରେ ମଳମାସ ଆରମ୍ଭ ହେବାରୁ ୧ ମାସ ପର୍ଯ୍ୟନ୍ତ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍ ନୁହେଁ। ଏହି ବର୍ଷ ୧୬ ଡିସେମ୍ବର ରୁ ମାଳ ମାସ ଆରମ୍ଭ ହୋଇଯାଇଛି।

ଏଥି ପାଇଁ ଆଉ ଏକମାସ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରାଯାଇପାରିବ ନାହିଁ। ଏହା ଅର୍ଥ ଏହି ମାସ ରେ ମଙ୍ଗଳ କାର୍ଯ୍ୟ କରିବା ଦ୍ୱାରା ଅମଙ୍ଗଳ ହୋଇଥାଏ। ଅନେକ ଲୋକ ଏହି ମଳମାସ ବିଷୟରେ ଜାଣିନଥାଆନ୍ତି। ଏହି ବର୍ଷ ମଳମାସ ୧୬ ଡିସେମ୍ବର ରୁ ଆରମ୍ଭ ହୋଇ ୧୪ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ରହିବ । ଏହି ମାସ ଶେଷ ହୋଇସାରିବା ପରେ କୌଣସି ବି ଶୁଭକର୍ମ ଆରମ୍ଭ କରାଯାଇ ପାରିବ।
ଜେତବଳେ ସୂର୍ଯ୍ୟ ଦେବତା ମୀନ ରାଶି ଓ ଧନୁ ରାଶି ରେ ପ୍ରବେଶ କରିଥାନ୍ତି ଏହାକୁ ମୀନ ଏବଂ ଧନୁ ସଂକ୍ରାନ୍ତି କୁହନ୍ତି। ଏହି ମାସ କୁ ମଳ ମାସ କୁହନ୍ତି।

ଏହି ମାସ ରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ବନ୍ଦ ହୋଇଥାଏ। ଏପରିକି ଏହି ମାସ ରେ କୌଣସି ବ୍ରତ ଆରମ୍ଭ ବା ଶେଷ କରାଯାଏ ନାହିଁ। ହିନ୍ଦୁ ଧର୍ମ ଅନୁସାରେ ଏହି ମାସ ରେ କରାଯାଉଥିବା ସବୁ ଶୁଭ କାମ ର ଅଶୁଭ ଫଳ ମିଳିଥାଏ। ଏଥିପାଇଁ ଏହି ମାସରେ କୌଣସି ଶୁଭ ଫଳ ମିଳିନଥାଏ।

ଯେତେବେଳେ ସୂର୍ଯ୍ୟ ବୃହସ୍ପତି ରାଶି ରେ ପ୍ରବେଶ କରନ୍ତି ସେତେବେଳେ ବ୍ୟକ୍ତି ଙ୍କୁ କୌଣସି ଶୁଭ କାର୍ଯ୍ୟ କରିବାକଥା ନୁହେଁ। ଉତ୍ତରଭାରତ ରେ ଲୋକମାନେ ନୂତନ ବସ୍ତ୍ର ମଧ୍ୟ କିଣନ୍ତି ନାହିଁ। ଏହି ଦିନରେ ସମସ୍ତଙ୍କୁ ଈଶ୍ୱର ଭକ୍ତି ରେ ଲୀନ ହୋଇଯିବା ଦରକାର।

Leave a Reply

Your email address will not be published. Required fields are marked *