ପ୍ରତିଷ୍ଠା ଦିବସରେ ବିଜେଡ଼ିରେ କାହିଁକି ମିଶିଲେନି ବିଜୟ-ଦିଲ୍ଲୀପ ?? ବୈଜୟନ୍ତ ଙ୍କ ସହ ଗଢିବେ କି ନୂଆ ଦଳ

ଗତକାଲି ବିଜେଡ଼ିର ୨୧ତମ ପ୍ରତିଷ୍ଠା ଦିବସ ପ୍ରତି ନିର୍ବାଚନୀ ମଣ୍ଡଳୀ ରେ ପାଳିତ ହେଇଯାଇଛି I ଦୀର୍ଘ 19ବର୍ଷର ସଫଳତାର କାହାଣୀ ଲୋକଙ୍କ ପାଖରେ ରଖିଛନ୍ତି ବିଜେଡି ନେତା ଏବଂ କର୍ମୀ I ଏହି ଅବସରରେ ଦଳୀୟ ପ୍ରତିଷ୍ଠା ରେ ଦୁଇ ମୁଖ୍ୟ ପୁରାଧା ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ବିଜେଡି ରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା I କିଛିଦିନ ତଳେ ଉଭୟ ବିଜେପି ଛାଡିଥିଲେ ,ଚର୍ଚ୍ଚା ହେଉଥିଲା କି ଉଭୟ ବିଜେଡି ପ୍ରତିଷ୍ଠା ଦିବସରେ ଦଳରେ ଯୋଗ ଦେବେ I କିନ୍ତୁ ସେମିତି କିଛି ବି କାଲି ଘଟିନଥିଲା କି କୌଣସି ସୂଚନା ମଧ୍ୟ ମିଳିନଥିଲା ଦୁଇଜଣଙ୍କ ବିଜେଡି ରେ ମିଶିବା ନେଇ I

ନିକଟ ଅତୀତ ରେ ସୋସିଆଲ ମିଡିଆରେ ମନ ଖୋଲି କହିଥିବା ବିଜୟ ଏଇୟା ମଧ୍ୟ କହିଥିଲେ ଯେ ରାଜନୈତିକ ଦୃଷ୍ଟିକୋଣ ରୁ 2019ନିର୍ବାଚନ ଏକ ଭିର୍ଣ୍ଣ ଧରଣର ହେବ ,ସେ କୌଣସି ନିଷ୍ପତି ନେବା ପୂର୍ବରୁ ଭାବିଚିନ୍ତି ନେବେ I ଦିଲୀପ ରାୟ ମଧ୍ୟ ଦଳରେ ମିଶିବା ନେଇ କୌଣସି ମତାମତ ରଖିନଥିଲେ ଅପରପକ୍ଷରେ ବୈଜୟନ୍ତ ମଧ୍ୟ ବିଜେପି ରେ ମିଶିବା ନେଇ ଚର୍ଚ୍ଚା ହେଉଥିଲେ ବି ନିଜେ ବୈଜୟନ୍ତ ଏହାକୁ ଖଣ୍ଡନ କରିଥିଲେ

I ଏହା ମଧ୍ୟ ଚର୍ଚା ହେଉଛି ଯେ ଉଭୟ ଦିଲୀପ ଏବଂ ବିଜୟ ବୈଜୟନ୍ତ ଙ୍କ ସହିତ ମିଶି ଏକ ନୂଆ ଦଳ ଗଠନ କରିବେ I ତେବେ ରାଜନୀତି ର ଚର୍ଚିତ ତିନି ନେତାଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି I

Leave a Reply

Your email address will not be published. Required fields are marked *