ଝିଟିପିଟି କାମୁଡ଼ିଲେ କଣ କରିବା ଉଚିତ୍

ପ୍ରତ୍ୟେକ ଲୋକଙ୍କ ଘରେ ଝିଟିପିଟି ରହିଥାନ୍ତି। ଘରେ ଝିଟିପିଟି ରହିବା ଏକ ସ୍ୱାଭାବିକ କଥା। ଘର ର କାନ୍ଥ ବାଡ଼ ରେ ଝିଟିପିଟି ରହିଥାନ୍ତି। ଅନେକ ମହିଳାମାନେ ଏହି ଝିଟିପିଟି ଦେଖି ଭୟ ମଧ୍ୟ କରିଥାନ୍ତି। ଏବଂ ତାକୁ ଘରୁ ବାହାର କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।

କିନ୍ତୁ ବେଳେ ବେଳେ ଝିଟିପିଟି ଆମ ଉପରେ ପଡ଼ି କାମୁଡି ମଧ୍ୟ ଦେଇଥାଏ। ସେଥି ପାଇ ଝିଟିପିଟି କାମୁଡ଼ିଲେ ଡାକ୍ତରଖାନା ଯିବା ପୂର୍ବରୁ କିଛି ଘରୋଇ ଉପଚାର କରିବା ଆବଶ୍ୟକ।

ସେଗୁଡିକ:-

୧. ଝିଟିପିଟି କାମୁଡିବା ପରେ ପ୍ରଥମେ କଟା ଜାଗା କୁ ଡେଟଲ ରେ ଧୋଇବା ଆବଶ୍ୟକ। ଏହାଦ୍ବାରା ବିଷ ପ୍ରସାରିତ ହେବନାହିଁ।

୨. ଝିଟିପିଟି ଯୋରେ କାମୁଡ଼ିଲେ ଏହାର ଦାନ୍ତ କ୍ଷତ ସ୍ଥାନ ରେ ରହିଯାଇଥାଏ। ସେଥି ପାଇଁ ଏହାର ଦାନ୍ତ କୁ କ୍ଷତ ସ୍ଥାନ ରୁ କଢ଼ିନେବା ଉଚିତ୍।
୩. କ୍ଷତ ସ୍ଥାନ ରୁ ରକ୍ତ ସ୍ରାବ ଅଧିକ ହେଉଥିଲେ ଏହାକୁ ଅଧିକ ହଲାଇବା ଉଚିତ୍ ନୁହେଁ। ଏହାଦ୍ବାରା ବିଷ ଅଧିକ ପ୍ରସରଣ ହୋଇଥାଏ।
୪. ଝିଟିପିଟି କାମୁଡିବା କ୍ଷତ ସ୍ଥାନ କୁ ୨୦ ମିନିଟ୍ ପର୍ଯ୍ୟନ୍ତ ଗରମ୍ ପାଣି ରେ ବୁଡାଇ ରଖିବା ଉଚିତ୍। ଏହାଦ୍ବାରା infection ହୁଏନାହିଁ।
୫. କ୍ଷତ ସ୍ଥାନ ପାଖରେ ବରଫ ଲଗାଯାଇପରିବ। କିନ୍ତୁ କ୍ଷତ ସ୍ଥାନ ଉପରେ ବରଫ ଲଗାଇବା ଉଚିତ୍ ନୁହେଁ।
୬. କ୍ଷତ ଅତିଶିଘ୍ର ଶୁଖିବା ପାଇ ଏହାକୁ ଖୋଲା ଛାଡ଼ିଦେବା ଆବଶ୍ୟକ। କ୍ଷତ ସ୍ଥାନ କୁ ବାନ୍ଧି ରଖିବା ଉଚିତ୍ ନୁହେଁ।

Leave a Reply

Your email address will not be published. Required fields are marked *