ବିନା କାରଣରେ ହେଲିକପ୍ଟର ଜବତ କରିବାରେ ୧ନମ୍ବର ,କିନ୍ତୁ ପୁରୀ ସମ୍ଭାଳି ପାରୁନାହାନ୍ତି , ପୁରୀ ଅଶାନ୍ତ !!!

ଓଡିଶା ଏକ୍ସକ୍ଲୁସିଭ୍ ବ୍ୟୁରୋ : ଆପଣ ତ ଜାଣିଥିବେ ସବୁ ଯାକ ଖବର ଏଇ ଚା ଖଟିରେ,ସକାଳୁ ସକାଳୁ ଚା ପିଇବା ସହିତ ନୂଆ ପୁରୁଣା ବନ୍ଧୁ ମିଳନ ଏବଂ ପେପର ପଢୁ ପଢୁ ସବୁ ଖବର ଉପରେ ତର୍କ ବିତର୍କ I ସେମିତି ଏକ ପୁରୀରେ ଚା ଖଟିରେ ବସିଥିଲୁ , ହଠାତ ଆଲୋଚନା ହେଉ ହେଉ ଖବର ପହଁଚିଲା ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଙ୍କ ପାଖରେ ଜଣେ ଚା ପିଆ ବନ୍ଧୁ କହୁଥିଲେ ମାଲିକେ ଯାହା କହିବି ସତ କହିବି ଆଶିଷ ସାର ଥିଲେ ପୁରା ସରସା ,ଦେଖିଲନି ନବକଳେବର ରେ କେମିତି କେଡେ କେଡେ ଗୁଣ୍ଡାଙ୍କ ଘୋଷାଡ଼ି ଭିତରେ ପୁରାଇଲେ I

ଚାରିଆଡେ ତାଙ୍କ ଜୟଜୟକାର ଆଉ ଏ ଆଶିଷ ବାବୁ ଆସିବା ଦିନଠୁ ପୁରୀ ସମ୍ଭାଳି ପାରୁନାହାନ୍ତି I ପୁରୀରେ ଖାଲି ଅଶାନ୍ତି ,ଗଣ୍ଡଗୋଳ I କିନ୍ତୁ ହଁ ମାଲିକେ ହେଲିକପ୍ଟର ଜବତ କରିବାରେ ଆମ ସାହେବ ଙ୍କୁ ମାନିବାକୁ ପଡିବ I ତାଙ୍କ ପରି ଏତେ ସାହସ କାହାର ହେବନି !! ପ୍ରମାଣ ଥାଉ କିମ୍ବା ନଥାଉ ଚିଲିକାରେ ସି ପ୍ଲେନ ଉଡ଼ିଲେ ବି ବୈଜୟନ୍ତ ବାବୁଙ୍କ ତିନି ତିନୋଟି ହେଲିକପ୍ଟର ଜବତ କରିବାରେ ଆମ ସାହେବ ଙ୍କ କି ଉତ୍ସାହ ଆଉ ଆନ୍ତରିକତା ଏମିତି କାର୍ଯ୍ୟାନିଷ୍ଠା ଆଗରୁ ପୁରୀ ବାସି ସତରେ ଜମା ଦେଖିନଥିଲେ

ହଁ ଆଜ୍ଞା କଥାଟା ତ କିଛିପରିମାଣରେ ମନକୁ ଛୁଇଁଗଲା ,କାହିଁକିନା ଚିଲିକା ରେ ପ୍ରଥମେ ସି ପ୍ଲେନ ଉଡିଥିଲେ ବି ବୈଜୟନ୍ତ ବାବୁଙ୍କ ଗୋଟିଏ ହେଲିକପ୍ଟର ବଦଳରେ ତିନୋଟି ହେଲିକପ୍ଟର ଜବତ କରାଯାଇଥିଲା ପରେ ଅବଶ୍ୟ ଦୁଇଟି ହେଲିକପ୍ଟର ପାଇଁ କ୍ଲିନ ଚିଟ୍ ପାଇଥିଲେ ପଣ୍ଡାବାବୁ I

ଯଦିଓ ଚିଲିକା ଉପରେ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ,ପୁରୀ ସାଂସଦ ,ଏବଂ ଅନ୍ୟ ବିଧାୟକ ମାନେ ଉଡାଣ କରିଥିଲେ ଏନେଇ ପିକୁ ପଟନାୟକ ମଧ୍ୟ ଥାନାରେ ଏତଲା ଦେଇଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ଆଜି ପର୍ଯ୍ୟନ୍ତ I ଏହା ଛଡା ଏସପି ସାର୍ଥକ ଷଡ଼ଙ୍ଗୀ ନିଜେ ମଧ୍ୟ ପ୍ରେସ ମିଟ ରେ କହିଥିଲେ ବୈଜୟନ୍ତ ଙ୍କ ହେଲିକପ୍ଟର ଉଡିବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ କିନ୍ତୁ ସେହି ସମୟରେ ବୈଜୟନ୍ତ ଙ୍କ ହେଲିକପ୍ଟର ଉଡିଥିଲା I କେବଳ ଏତିକି ନୁହେଁ ବିଶ୍ୱ ଅତିହ୍ୟ ପର୍ଯ୍ୟଟନ ସ୍ଥଳୀ ଏବେ ଅଶାନ୍ତ ହେବାରେ ଲାଗିଛି I

ଦିନବେଳେ ଦୁର୍ବୁର୍ତ ମାନେ ଗୋଡେଇ ଗୋଡେଇ ହାଣୁଥିବା ବେଳେ ନିକଟ ଅତୀତରେ ପୁରୀ ର ଦୁଇଜଣ ଆଇଆଇସି ଙ୍କ ଦବଙ୍ଗ ଗିରି ଦେଖିବାକୁ ମିଳିଥିଲା I ତାଳବଣିଆ ଆଇଆଇସି ମାତାଲ ଅବସ୍ଥାରେ ସାମ୍ବାଦିକ ଙ୍କୁ ମାଡ ମାରିଥିବା ବେଳେ ନିମାପଡା ଆଇଆଇସି ଥାନା ଭିତରେ ମହିଳାଙ୍କୁ ପିଟି ଚାକିରିରୁ ନିଲମ୍ବନ ହେଇଥିଲେ I କିଛିଦିନ ତଳେ ପୁରୀରେ ହିଂସାର ନିଆଁ ଜଳିଥିବା ବେଳେ ଅଶାନ୍ତ ହେଇପଡିଥିଲା ପୁରୀ ,

ଏକ ଘରୋଇ ଚାନେଲ ରେ ମଧ୍ୟ ଏସପି ଶାନ୍ତି ରକ୍ଷା କରିବାକୁ ନିବେଦନ ପାଇଁ ମନାକରିଦେଇଥିଲେ I ଗତକାଲି ମଧ୍ୟ ଭକ୍ତ ଙ୍କ ଭାବାବେଗ ସହିତ ଜଡିତ କାଳିଆ ଠାକୁର ଙ୍କ ଦର୍ଶନ ପାଇଁ ଧାଡି ବାନ୍ଧି ଠିଆ ହେଇଥିବା ଭକ୍ତ ଙ୍କ ଉଦେଶ୍ୟରେ କହିଥିଲେ ସେମାନେ ସମୁଦ୍ର ରେ ବୁଲାନ୍ତୁ ପହଡ଼ ଖୋଲିଲେ ଦର୍ଶନ କରିବାକୁ ଆସିବେ ,ଯାହାକି ଭକ୍ତ ଙ୍କୁ ଗଭୀର ଆଘାତ ଦେଇଥିଲା ଏବଂ ସେମାନେ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ I

ଏତେ ସବୁ ପରେ ଅନ୍ତତ ସେ ଚା ପିଆ ବନ୍ଧୁ ଙ୍କ ସହିତ ଏକମତ ହେଇ କହିପାରିବା ଯେ ସତରେ ପୁରୀ ଏବେ ଅଶାନ୍ତ ଏବଂ ଏସପି ଙ୍କ ନିୟନ୍ତ୍ରଣ ବାହାରେ I ଦେଖାଯାଉ ପୂର୍ବ ଏସପି ଆଶିଷ ସିଂ ଙ୍କ ପରି କେବେ ଲୋକପ୍ରିୟ ହେଉଛନ୍ତି ସାର୍ଥକ ବାବୁ I

Leave a Reply

Your email address will not be published. Required fields are marked *