ସିଗାରେଟ୍ ନିକୋଟିନ୍ ର ପ୍ରଭାବ କଣ ଏବଂ କିପରି ଫୁସ୍ ଫୁସ୍ କୁ ସୁରକ୍ଷିତ ରଖିବେ:ଏହି ଖାଦ୍ୟ କମାଇ ଦେବା ସିଗାରେଟ୍ ର ପ୍ରଭାବ

ସମସ୍ତ ଲୋକମାନେ ଜାଣିଛନ୍ତି କି ସିଗାରେଟ୍ ଟାଣିବା ସ୍ବାସ୍ଥ୍ୟ ପ୍ରତି କ୍ଷତି କାରକ।ଏ କଥା ଜାଣି ମଧ୍ୟ ଲୋକମାନେ ଏହି ସିଗାରେଟ୍ ଟାଣିବା ଅଭ୍ୟାସ ଛାଡ଼ି ପାରୁନାହାନ୍ତି।ଆଉ ଏହି ସିଗାରେଟ୍ ରେ ଥିବା ନିକୋଟିନ୍ ନାମକ କ୍ଷତିକାରକ ପଦାର୍ଥ ଆମ ଶରୀର ପାଇଁ ବହୁତ୍ କ୍ଷତିକାରକ ଅଟେ।ଏହା ଆମ ଶରୀରରେ ବ୍ଲଡ୍ ପ୍ରେସର ବଢ଼ାଇବା ସହିତ କିଡନୀ କୁ ମଧ୍ୟ ହାନି ପହଞ୍ଚାଇଥାଏ।ଆଜି ଆମେ ଏପରି କିଛି ଉପାୟ ବିଷୟରେ ଜାଣିବା ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣ ଏହି ସିଗାରେଟ୍ ର ନିଶାରୁ ମୁକ୍ତି ପାଇ ପାରିବେ।


୧. ଗାଜର ରସ – ଆପଣ ଯେତେଥର ସିଗାରେଟ୍ ପିଉଛନ୍ତି ଏହାର ନୀକୋଟିନ ତିନି ଦିନ ପର୍ଯ୍ୟନ୍ତ ଥାଏ।ଗାଜର ରସରେ ଭିଟାମିନ ଏ,ସି,କେ,ବି ଥାଏ ତେଣୁ ଏହା ଶରୀରରେ ନିକୋଟିନ ବାହାର କରିବାରେ ସାହାଯ୍ୟ କରିଥାଏ।
୨. କିୱି – ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ,ସି,ଏବଂ ଇ ର ମାତ୍ରା ଥାଏ ।ଏହି ଚମତ୍କାର ଫଳ ଶରୀରରୁ ନିକୋଟିନ ବାହାର କରିବା ପାଇଁ ସାହାଯ୍ୟ କରିଥାଏ।
୩.ବ୍ରୋକୋଲି – ଏଥିରେ ଅଧିକ ମାତ୍ରାରେ ଭିଟାମିନ ସି ଏବଂ ବି ୫ ଥାଏ।ତେଣୁ ଆପଣଙ୍କୁ ଅଧିକ ବ୍ରୋକୋଲି ଖାଇବା ଆବଶ୍ୟକ।
୪.କମଳା – କମଳା ରେ ଅଧିକ ମାତ୍ରାରେ ଭିଟାମିନ ସି ଥାଏ।ତେଣୁ ନିୟମିତ ଏହା ଖାଇବା ଦ୍ଵାରା ପାଚନ କ୍ରିୟାରେ ସୁଫଳ ମିଳେ।
୫.ପାଳଙ୍ଗ – ଏହା ଏକ ସ୍ଵସ୍ତ୍ୟବର୍ଦ୍ଧକ୍ ଶାଗ।ଏଥିରେ ଭରପୁର ମାତ୍ରାରେ ଭିଟାମିନ ଥାଏ।ଏଥିରେ ଫୋଲିକ ଏସିଡ ର ମାତ୍ରା ଅଧିକ ଥିବାରୁ ଏହା ଶରୀରରୁ ନିକୋଟିନ୍ କୁ ବାହାର କରିଥାଏ।

Leave a Reply

Your email address will not be published. Required fields are marked *