ଛୋଟ ପିଲା କଏନ୍ ଗିଳି ଦେଲେ ଏହି ଉପାୟରେ ବାହାର କରନ୍ତୁ

ଛୋଟ ପିଲାମାନଙ୍କର ମସ୍ତିଷ୍କ ସେତେ ବିକଶିତ ହୋଇ ନ ଥାଏ।ସେଥିପାଇଁ ସେମାନେ ହାତରେ ଯାହା ଧରନ୍ତି ତାକୁ ପାଟିରେ ପକାଇ ଦିଅନ୍ତି।ଆଉ ସବୁ ସମୟରେ ପିଲାମାନଙ୍କୁ ଦେଖିବା ବାପା ମା କିମ୍ବା ଘର ଲୋକଙ୍କ ପାଇଁ ସମ୍ଭବ ହୋଇ ନ ଥାଏ।

ଅଧିକାଂଶ ସମୟରେ ଦେଖାଯାଏ ଯେ ଛୋଟ ପିଲାମାନେ କଏନ୍ ଗିଳି ଦେଇଥାନ୍ତି।ଆଉ ଏଥିପାଇଁ ଘର ଲୋକମାନେ ବହୁତ୍ ଅସ୍ତବ୍ୟସ୍ତ ହୋଇଯାଇଥାନ୍ତି।ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହା ଦ୍ବାରା ଆପଣଙ୍କର ଏଭଳି ସ୍ଥିତିରେ କାମରେ ଆସି ପାରିବ।

ସର୍ବପ୍ରଥମେ ଶିଶୁକୁ ଆଗପଟରୁ ତଳକୁ ନଇଁବାକୁ କୁହନ୍ତୁ।ଏବଂ ଏବେ ଛାତିକୁ ଗୋଟିଏ ହାତରେ ଦବାଇ ରଖନ୍ତୁ।ଏବଂ ଅନ୍ୟ ହାତରେ ଛାତିରୁ ୬ ରୁ ୭ ଥର ମୁକ୍କା ମାରନ୍ତୁ।ଏହି ପ୍ରକ୍ରିୟାକୁ ୨ ରୁ ୩ ଥର ଦୋହରାନ୍ତୁ।ଏହି ପ୍ରକ୍ରିୟାରେ ଶିଶୁକୁ କାଶ ଆସିବ ଆଉ ଟଙ୍କା ମଧ୍ୟ ବାହାରକୁ ଆସିଯିବ। ଟଙ୍କା ଫସିବା ପରେ ଶିଶୁଟିର ପେଟରେ ଉପରି ଭାଗକୁ ଦୁଇ ହାତରେ ଜୋର ରେ ଧରନ୍ତୁ ଏବଂ ବାରମ୍ବାର ପ୍ରେସ କରନ୍ତୁ।ଏହା ଦ୍ବାରା ଛାତିରୁ ନିଃଶ୍ୱାସ ତଳକୁ ନ ଯାଇ ଉପରକୁ ଯିବ।ଏବଂ କଏନ ବାହାରକୁ ଆସିବ।
ଟଙ୍କା ଫସିବା ପରେ ଅଧିକ କାଶ ହୋଇଥାଏ।ତେଣୁ ପିଲାକୁ ସେ ପର୍ଯ୍ୟନ୍ତ କାଶିବାକୁ କୁହନ୍ତୁ ଯେ ପର୍ଯ୍ୟନ୍ତ କଫ ନ ଜମିଛି।କଫ ସହ ଗିଳିଥିବା ବସ୍ତୁ ମଧ୍ୟ ବାହାରକୁ ବାହାରି ଆସିବ।କିନ୍ତୁ ସାବଧାନ ଯଦି ଶିଶୁର ଅବସ୍ଥା ଜଟିଳ ହୋଇପଡିଛି ତେବେ ବିଳମ୍ବ ନ କରି ପିଲାକୁ ଯଥା ଶୀଘ୍ର ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତୁ।

Leave a Reply

Your email address will not be published. Required fields are marked *