ଦୋ ଛକିରେ ସେସୁ କର୍ମଚାରୀ ଙ୍କ ଭବିଷ୍ୟତ ,ପୁଣି ବଢିବ ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ

ଭୁଶୁଡି ପଡିଥିବା ବିଦ୍ୟୁତ ବିଭାଗ ର ସୁଧାର ପାଇଁ ଘରୋଇକରଣ କରାଯାଇଥିଲା I ଉଦେଶ୍ୟ ଥିଲା ବିଦ୍ୟୁତ ବିଭାଗରେ ସଂସ୍କାର ସହିତ ସୁଧାର I କିନ୍ତୁ ୟା ମଧ୍ୟରେ ଘରୋଇକରଣ କ୍ରମଶଃ ଫ୍ରାଞ୍ଚାଇଜ ରେ ପରିବର୍ତନ ହେଇଯାଇଛି ଓଡ଼ିଶାର ଅଧିକାଂଶ ଡିଭିଜନ ଏବେ ଫ୍ରାଞ୍ଚାଇଜ ଦ୍ୱାରା ନିୟନ୍ତ୍ରୀତ I ବିଶେଷ କରି ସେସୁ ରେ ତିନୋଟି ଫ୍ରାଞ୍ଚାଇଜ ଯଥା ଏଂଜେନ ,ଫେଡ଼କୋ ଏବଂ ଏସୟୁପିଏଲ & ଆରୟୁପିଏଲ କୁ 2012 ମସିହାରେ 14ଟି ଡିଭିଜନ ର ଦାୟିତ୍ୱ ଦିଆଯାଇଥିବା ବେଳେ ଚୁକ୍ତି ଅନୁଯାଇ ନିର୍ଧାରିତ ସମୟ ଯଥା ମାର୍ଚ୍ଚ 2018 ରେ ସମସ୍ତ ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ସରିଥିବା ବେଳେ ସେସୁ ର ସମ୍ପୂର୍ଣ୍ଣ ଘରୋଇକରଣ ପ୍ରକ୍ରିୟା ଚାଲିଥିବାରୁ ପୁନର୍ବାର ତିନିମାସ କରି ମାର୍ଚ୍ଚ ରୁ ଡିସେମ୍ବର ପର୍ଯ୍ୟନ୍ତ ଅହେତୁକ ଅନୁକମ୍ପା ଦେଖାଇ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି

I ଏସୟୁପିଏଲ & ଆରୟୁପିଏଲ ର ଚୁକ୍ତି ବୃଦ୍ଧି କରାଯାଇନଥିଲେ ମଧ୍ୟ ସେସୁ କୁ କାଠଗଡ଼ା କୁ ଟାଣି ନାଲି ଆଖି ଦେଖାଇ ଆଇନର ଛାଟ ବସାଇ ଜୋର କରି କାମ କରୁଛି ସମ୍ପୃକ୍ତ ଫ୍ରାଞ୍ଚାଇଜ I ଅପରପକ୍ଷରେ ସେସୁ ର ଘରୋଇକରଣ ରେ ଫ୍ରାଞ୍ଚାଇଜ ଫେଡ଼କୋ (ଇଣ୍ଡିଆ ପାୱାର ସହଯୋଗୀତାରେ ) ଏବଂ ଟାଟା ପାୱାର ସେସୁ କୁ ନେବାକୁ ଟଣାଓଟରା ହେଉଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ପାଇଁ ସର୍ବାଗ୍ରେ ରହିଛି ଫେଡ଼କୋ I

ଫେଡ଼କୋ କାହିଁକି??:କିଛିଦିନ ଧରି ସେସୁ ର ଘରୋଇକରଣ ଏବଂ ଫେଡ଼କୋ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ କିଛି ବିଶିଷ୍ଟ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଫେଡ଼କୋ ଉପରେ ତୃତୀୟ ମହଲା ଠାରୁ ଆରମ୍ଭ କରି ସମସ୍ତ ଅଫିସର ଖୁଶି ଅଛନ୍ତି I ପ୍ରଥମେ ତ ଦିଆଯାଇଥିବା ନିର୍ଧାରିତ 15% ଏଟିସି କ୍ଷତି କମାଇବା ବଦଳରେ ସରକାରୀ କାଗଜ ଅନୁଯାଇ ଫେଡ଼କୋ 21%କମାଇଥିବା ବେଳେ ନବକଳେବର ରେ ଫେଡ଼କୋ ର କାର୍ଯ୍ୟଦକ୍ଷତା ଉପରେ ସମସ୍ତେ ଭରଷା କରିଛନ୍ତି I ଯାହାକି ରାଜ୍ୟ ସରକାର ଙ୍କ ପ୍ରକାଶିତ ବିଜ୍ଞପ୍ତି ରେ ନବକଳେବର ସମୟର କାର୍ଯ୍ୟ ପାଇଁ ଫେଡ଼କୋ ର ନାମ ନିଆନଯାଇ ବିଦ୍ୟୁତ କାର୍ଯ୍ୟର ଊଂଚ୍ଚ ପ୍ରସଂଶା କରାଯାଇଛି I

ଏବେ କଥା ଉଠୁଛି ଡିସେମ୍ବର 31ରେ ତିନୋଟି ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ସମାପ୍ତ ହେଉଥିବା ବେଳେଗୋଟିଏ ପଟେ ଆଗକୁ ନିର୍ବାଚନ ଆସୁଛି ଅନ୍ୟପଟେ ଫେଡ଼କୋ ର ଅଧିଗ୍ରହଣ କୁ ବିରୋଧୀ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି I ତେଣୁ ବିଦ୍ୟୁତ ବିଭାଗର ବିଶେସଜ୍ଞ ଙ୍କ ମତନୁଯାୟୀ ବର୍ତମାନ ସ୍ତିତିରେ ପୁନର୍ବାର ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ 6ମାସ ପର୍ଯ୍ୟନ୍ତ ଅର୍ଥାତ ଜୁନ 30ପର୍ଯ୍ୟନ୍ତ ବୃଦ୍ଧି କରାଯିବ I ନିର୍ବାଚନ ପରେ ସମ୍ପୂର୍ଣ୍ଣ ସେସୁ କୁ ଫେଡ଼କୋ ଦାୟିତ୍ୱ ରେ ହସ୍ତାନ୍ତର କରାଯାଇପାରେ I ଯଦି ଏପରି ହୁଏ ତେବେ ସେସୁ ବିଦ୍ୟୁତ କର୍ମଚାରୀ ମାନଙ୍କ ଭବିଷ୍ୟତ ଏବେ ଫେଡ଼କୋ ହାତରେ I

Leave a Reply

Your email address will not be published. Required fields are marked *