ରାଜନୀତି ପାଇଁ ବଦନାମ ହେଲି ଆଉ ଭବିଷ୍ୟତ ରେ କୌଣସି ଦଳରେ ମିଶିବିନି କେବଳ ଲୋକଙ୍କୁ ହସେଇବି

ଖୁବ ଅଳ୍ପ ଦିନ ମଧ୍ୟରେ ନିଜର ଦମଦାର ଅଭିନୟ ଏବଂ ଦକ୍ଷତା ଦ୍ୱାରା ଓଡ଼ିଶାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ପପୁ ପମପମ ଓଡିଶା ହାସ୍ୟଜଗତ ପାଇଁ ସାଜିଥିଲେ କମେଡି କିଙ୍ଗ I କମେଡି ରେ ଲୋକଙ୍କୁ ହସାଉ ହସାଉ ରାଜନୀତି ପ୍ରତି ଆଗ୍ରହ ଦେଖାଇ ମୁଖ୍ୟମନ୍ତ୍ରୀ ଙ୍କ ତତ୍ୱାବଧାନ ରେ ବିଜେଡି ରେ ଯୋଗ ଦେଇଥିଲେ ପପୁ ପମପମ I

ନିଜର ଦୃଢ ମନୋବଳ ଏବଂ ଲୋକପ୍ରିୟତା କୁ ପାଥେୟ କରି ରାଜନୀତି ରେ ସଫଳତା ପାଇବାକୁ ଇଛା କରିଥିବା ପପୁ ପମପମ ଙ୍କ ପାଇଁ ଏତେ ସହଜ ନଥିଲା ରାଜନୀତି I ଶେଷରେ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବରେ ଠିଆ ହେଇ ହାରିଥିଲେ Iକେବଳ ଯେ ହାରିଥିଲେ ତାହାନୁହେଁ ଏହାପରେ ପପୁଙ୍କ ପ୍ରତି ଲୋକଙ୍କ ଭଲପାଇବା କମିଥିବା ସେ ନିଜେ ସ୍ୱୀକାର କରିଥିଲେ ଯେହେତୁ ସେ ଏକ ନିର୍ଦ୍ଧିଷ୍ଟ ଏକ ଦଳରେ ଯୋଗ ଦେଇଥିଲେ ଅନ୍ୟ ଦଳ ର କର୍ମୀ ଙ୍କ ମନରେ ପ୍ରତି ତାଙ୍କ ଭଲପାଇବା କମିଥିଲା Iଜଗନ୍ନାଥ ଙ୍କୁ ନେଇ କମେଡି କରୁଥିବା ପପୁଙ୍କୁ ବହୁତ ଭାରି ପଡିଥିଲା ରାଜନୀତି ,ପପୁଙ୍କ ବିରୁଦ୍ଧରେ ଜୋରଦାର ବିରୋଧ ହେବାପରେ ଶେଷରେ କ୍ଷମା ମାଗିଥିଲେଏବଂ ଅନ୍ୟ ଏକ ଘଟଣାରେ ଗିରଫ ହେଇଥିଲେ I ଏହାପରେ ବିଜେଡି ରୁ ତାଙ୍କୁ ବହିଷ୍କାର କରାଯାଇଥିଲା I ନିକଟ ଅତୀତ ରେ ପାନକ୍ରିୟାସ ସଂକ୍ରମଣ ହେତୁ ତାଙ୍କ ଶରୀର ର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ଏବଂ ବହୁଦିନ ଧରି ସେ ହସ୍ପିଟାଲ ରେ ରହିଥିଲେ Iଅଭିନୟ ଜଗତରୁ ପାଖାପାଖି 7/8 ମାସ ଦୁରେଇ ରହିବା ପରେ ପୁଣିଥରେ ଅଭିନୟ କୁ ଫେରିଛନ୍ତି ପପୁ I ନିକଟରେ ଏକ ଘରୋଇ ଟେଲିଭିଜନ ର ଏକ କାର୍ଯ୍ୟକ୍ରମ ରେ ପପୁ କହିଛନ୍ତି ଯେ ଆଉ ରାଜନୀତି କୁ ଯାଇ ନାମ ନେବିନି ଅନ୍ୟ ଦଳ ଡାକୁଛନ୍ତି କିନ୍ତୁ ମୁଁ ଆଉ ଯିବିନି I କେବଳ ଅଭିନୟ କରିବି I କଳାକାର ଟିଏ ନିଜ କଳାକାର ଜାଗାରେ ରହିଲେ ସମସ୍ତେ ହିଁ ତାଙ୍କୁ ଭଲପାଇବେ I

Leave a Reply

Your email address will not be published. Required fields are marked *