ପୁରୁଣା ବର୍ଷ ର ଶେଷ ଦିନରେ ଶେଷ ହେଇଗଲା ଜୀବନ ଦେଖିପାରିଲେନି ୨୦୧୯ର ନୂଆ ସକାଳ

ଧୁମଧାମ ରେ ଚାଲିଛି ନୂଆବର୍ଷ I ନୂଆବର୍ଷ କୁ ନେଇ ସମସ୍ତେ ଉତ୍ସାହିତ ଥିବାବେଳେ ରାୟଗଡାରେ ଚାରିଜଣଙ୍କ ଜୀବନ ଚାଲିଯାଇଛି I ପ୍ରାପ୍ତ ସୂଚନା ଅନୁଯାଇ ଘଟଣାଟି ରାୟଗଡ଼ାର I ଗତକାଲି ରାତ୍ରିରେ କୌଣସି କାର୍ଯ୍ୟରେ ଡେଙ୍ଗାଗୁଡା ଗ୍ରାମର ୫ ଜଣ ଏକ ବୋଲର ରେ କୁଟିଙ୍ଗଗୁଡ଼ା ଯାଇଥିଲେ I କାମ ସାରି ଫେରିବାବେଳେ ବିଳମ୍ବିତ ରାତ୍ରିହେଇଥିଲା I ରାତ୍ରି ସମୟରେ ତୟାପୁଟ ବୁଲାଣୀଠାରେ ବୋଲର ଡ୍ରାଇଭର ଜଣଙ୍କ ନିଜର ଭାରସାମ୍ୟ ହରାଇ ବୋଲର କୁ ଏକ ଗଛ ରେ ପିଟିଦେଇଥିଲା I ଦୁର୍ଘଟଣା ଏତେ ଜୋରରେ ହେଇଥିଲା ଯେ ସେହି ସ୍ଥାନରେ ଚାରିଜଣ ଙ୍କ ମୃତ୍ୟୁ ହେଇଥିଲା I

ସଂଗେ ସଂଗେ ଘଟଣା ସ୍ଥଳରେ ପୋଲିସ ପହଂଚି ଡ୍ରାଇଭର ଙ୍କୁ ଉଦ୍ଧାର କରିଥିଲେ I ଡ୍ରାଇଭର ଏବେ ଗୁରୁତର ଅଛନ୍ତି I ମୃତକ ମାନେ ହେଲେ ରବି ମାଝି, ଅଜୟ ମାଝି,ନବୀନ ମାଝି, ପପୁ ମାଝି I ଡ୍ରାଇଭର ଙ୍କ ନାମ ବିରୁ କୁମାର I

Leave a Reply

Your email address will not be published. Required fields are marked *