ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଙ୍କୁ ଚୁଡ଼ି ଉପହାର ଦେଲା ବିଜେପି ମହିଳା ମୋର୍ଚ୍ଚା :ନୂଆବର୍ଷ ଭେଟି

ନ୍ୟାୟ ନପାଇ ଚାଲିଗଲା ବେବିନା ତଥାପି ସାତବର୍ଷ ପରେ ମଧ୍ୟ ଅଭିଯୁକ୍ତ ମାନେ ପ୍ରମାଣ ଅଭାବ ରୁ ନିର୍ଦୋଷ ରେ ଖଲାସ ହେଇଗଲେ I କିନ୍ତୁ ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ସତ୍ୟର ଜୟ ହେଇଚି ,ବେବିନା ନ୍ୟାୟ ପାଇଛି I ଏହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ତୀବ୍ର ବିରୋଧ କରିବା ସହିତ ମନ୍ତ୍ରୀ ଙ୍କ ବହିଷ୍କାର ଦାବି କରିଥିଲେ I ପୂର୍ବରୁ କଂଗ୍ରେସ ତରଫରୁ ପ୍ରଦୀପ ଙ୍କ ଘରକୁ ଅଣ୍ଡା ମାଡ଼ ହେଇଥିବା ବେଳେ ଗତକାଲି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଓ ପାଇଁ ବାହାରିଥିବା ରାଲି ସମୟରେ ଧସ୍ତାଧସ୍ତି ହେଇଥିଲା I

ତେବେ ମହିଳା ବିଜେପି ତରଫରୁ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ,ମହିଳା ମୋର୍ଚ୍ଚାର ଲେଖାଶ୍ରୀ ସାମନ୍ତସିଂହାର, ନିରୁପମା ଜେନା, ତନୁଶ୍ରୀ ପଟେଲ,ବିଜୟଲକ୍ଷ୍ମୀ ମହାପାତ୍ର,ସମେତ ଅନ୍ୟ ନେତ୍ରୀ ମାନେ ଯୋଗ ଦେଇ ଜୋରଦାର ବିରୋଧ କରିଥିଲେ I

ତେବେ ଏନେଇ ଲେଖାଶ୍ରୀ ତାଙ୍କ ସୋସିଆଲ ମିଡ଼ିଆ ର ପ୍ରତିକ୍ରିୟାରେ କହିଛନ୍ତି ଯେ “ନୂଆ ବର୍ଷରରେ ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପି ମହିଳା ସଂଘଠନ ତରଫରୁ ଚୁଡି ଉପହାର ଦିଆଯାଇଛି । ଓଡ଼ିଶାର ମା ଭଉଣୀମାନଙ୍କୁ ସମ୍ମାନ ଦେବାରେ ବିଫଳ ହେଇଥିବାରୁ ମୁଖ୍ୟମନ୍ତ୍ରୀ ଚୁଡି ପିନ୍ଧି ସବୁଦିନ ପାଇଁ ଘରେ ବସନ୍ତୁ।””

Leave a Reply

Your email address will not be published. Required fields are marked *