ନବୀନ ଙ୍କ ପ୍ରତି ବଢୁଛି ପ୍ରବଳ ଜନସମର୍ଥନ ;ଢେଙ୍କାନାଳ ରେ ହେଇଯିବ କି ପରିବର୍ତନ ??ନବୀନ ଙ୍କ ବନ୍ଧୁ ମିଳନ ରେ କଂଗ୍ରେସ, ବିଜେଡି ,ବିଜେପି ନେତା

ରାଜନୈତିକ ବାତାବରଣ ଦୃଷ୍ଟିରୁ ଢେଙ୍କାନାଳ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁଥିବା ବେଳେ ଆଗକୁ ନିର୍ବାଚନ ଆସୁଥିବାରୁ ସମ୍ପ୍ରତି ଏହାର ପାଣିପାଗ ପୁରା ସରଗରମ ରହିଛି I ବିଜେଡି ରୁ ବୈଜୟନ୍ତ ଙ୍କ ଦୃଢ ସମର୍ଥକ ଭାବେ ଜଣାଶୁଣା ନବୀନ ନନ୍ଦ ବହିସ୍କୃତ ହେଇଥିବା ବେଳେ ଅପରପକ୍ଷରେ କଂଗ୍ରେସ ର ନେତା ନିଧି ସାମଲ ଯୋଗ ଦେଇଛନ୍ତି I ଗନ୍ଦିଆ ନିର୍ବାଚନ ମଣ୍ଡଳୀ ର ବିଧାୟକ ଭାବେ ସରୋଜ ସାମଲ ଥିବାବେଳେ ନିଧି ଙ୍କ ନଜର ରହିଛି ଏହି ନିର୍ବାଚନ ମଣ୍ଡଳୀ ରେ I ତେବେ ପୂର୍ବରୁ ଦୁଇ ଥର ବିଧାୟକ ଥିବା ନବୀନ ନନ୍ଦ ମଧ୍ୟ ନିଜର ସଂଘଠନ ଦୃଢ କରିବାରେ ଲାଗିପଡିଛନ୍ତି

I ନିକଟ ରେ ଏକ ବିଶାଳ ଜନସମାବେଶ ହେଇଥିଲା ଯେଉଁଥିରେ ପାଖାପାଖି 15ହଜାର ରୁ ଉର୍ଧ କର୍ମୀ ଯୋଗ ଦେଇଥିଲେ I ଆଗାମୀ ନିର୍ବାଚନ ରେ ନବୀନ ନନ୍ଦ ଲଢ଼ିବା ଏକ ପ୍ରକାର ନିର୍ଚ୍ଚିତ ହେଇସାରିଥିବା ବେଳେ ଦଳରେ ଲଢ଼ିବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି I

ତେବେ ଚର୍ଚା ଚାଲିଛି ବୈଜୟନ୍ତ ଙ୍କ ନୂଆ ଦଳ ଓଡିଶା ଜନତା ଦଳ ୟା ମଧ୍ୟରେ ଖୁବ ଶୀଘ୍ର ନିଜର କାୟା ବିସ୍ତାର କରିବାକୁ ଯୋଜନା ରହିଛି ଯାହାର ଟ୍ୟାଗ ଲାଇନ ରହିଛି ହେଇଯାଉ ପରିବର୍ତନ I

ବୈଜୟନ୍ତ ଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ନବୀନ ଏହି ନୂଆ ଓ଼ଜେଡି ରୁ ନୂଆ ଚିହ୍ନ ରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚା ଚାଲିଛି I ଯଦି ଏହା ସମ୍ଭବ ନହୁଏ ତେବେ ସ୍ୱାଧୀନ ଭାବରେ ନିର୍ବାଚନ କୁ ଓଲ୍ହାଇବେ ନବୀନ I ନିକଟ ରେ ନବୀନ ଙ୍କ ନୂଆ ବର୍ଷ ବନ୍ଧୁମିଳନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି I ଢେଙ୍କାନାଳ ଟାଉନ କୁଞ୍ଜକାନ୍ତ ଠାରେ ନବୀନ ତାଙ୍କର ସମସ୍ତ ବନ୍ଧୁ ମାନଙ୍କୁ ଏକାଠି କରିବାକୁ ଏକ ବନ୍ଧୁମିଳନ ଆୟୋଜନ କରିଥିଲେ ଯେଉଁଥିରେ ବିଜେଡି ବିଜେପି କଂଗ୍ରେସ ଦଳର ପ୍ରମୁଖ କର୍ମୀ ମାନେ ଯୋଗ ଦେଇଥିଲେ

,ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି I ନବୀନ ଙ୍କ ବନ୍ଧୁ ମିଳନରେ ବିଜେଡ଼ି ଶ୍ରମିକ ସେଲ୍ ଜିଲ୍ଲା ସଭାପତି ଘନଶ୍ୟାମ ସାହୁ, ପୂର୍ବତନ କାଉନସିଲର ବିଶ୍ବଜିତ ଆର୍ଜେନ୍ଦୁ ଜେନା, ଦିଲ୍ଲୀପ ନନ୍ଦ, ବିଜେଡ଼ି ରାଜ୍ୟ ଶ୍ରମିକ ନେତା ଶୋଭାଗ୍ୟ ରାଉତ, ବିଜେପି ନେତା ନବୀନ ଦଳେଇ

, କଂଗ୍ରେସ ଯୁବନେତା ପ୍ରକାଶ କୁଅଁର ବରିଷ୍ଠ ଆଇନଜୀବୀ ଦିପ୍ତିଶ ପ୍ରଶାଦ ପଟ୍ଟନାୟକ,ମଙ୍ଗରାଜ ବାରିକ, ମଳୟ ସିଂହ, କୁନିଲତା ଦେହୁରୀ,ସୁମିତ୍ରା ଭୋଇ ଙ୍କ ସମେତ ଅନ୍ୟାନ୍ୟ ନେତା ଏବଂ କର୍ମୀ ମାନେ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *