ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ରାସ୍ତାରେ ଅଟକି ପଇଡ ପିଇଲେ ,ପଇଡ ଵାଲା ଙ୍କ ସୁଖ ଦୁଃଖ ବୁଝିଲେ

ନୂଆବର୍ଷ କୁ ନେଇ ସବୁଆଡେ ଉତ୍ସାହ ଲାଗିରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ 2019ର ପ୍ରଥମ ସକାଳରୁ ଜଗତର ନାଥ ଜଗନ୍ନାଥ ଙ୍କ ଦର୍ଶନ କରି ଓଡିଶା ବାସୀଙ୍କର ଶୁଭ ମନାସିଛନ୍ତି I ତେବେ ମୁଖ୍ୟମନ୍ତ୍ରୀ ପୁରୀରୁ ଫେରିବା ସମୟରେ ଏକ ଘଟଣା ଏବେ ଚର୍ଚା ହେବାରେ ଲାଗିଛି Iମୁଖ୍ୟମନ୍ତ୍ରୀ ଆସିଛନ୍ତି ତେଣୁ ସୁରକ୍ଷା ବଳୟ ପୁରା କଡାକଡି I ମୁଖ୍ୟମନ୍ତ୍ରୀ ଙ୍କୁ ଟିକେ ଦେଖିବାକୁ ସାଧାରଣ ଲୋକଙ୍କ ପ୍ରବଳ ଭିଡ଼ I କିନ୍ତୁ ଏହି ଭିଡ଼ ଭିତରୁ ହଠାତ ପିପିଲି ୩୧୪ ନମ୍ବର ଜାତୀୟ ରାଜପଥରେ ଅଟକିଯାଇଥିଲେ ମୁଖ୍ୟମନ୍ତ୍ରୀ I ସାମ୍ନା ରେ ଥିଲେ ପଇଡ ଵାଲା ଗଙ୍ଗାଧର ବିଶ୍ବାଳ

I ମୁଖ୍ୟମନ୍ତ୍ରୀ ଙ୍କ ଅଟକିବା ନେଇ ଡରିଯାଇଥିଲେ ଗଙ୍ଗାଧର I ମୁଖ୍ୟମନ୍ତ୍ରୀ କିନ୍ତୁ ତାଙ୍କ ଠାରୁ ପଇଡ଼ କିଣି ପିଇଥିଲେ I ତାଙ୍କ ସୁଖଦୁଃଖ ପଚାରି ବୁଝିଥିଲେ I କେମିତି ବେପାର ଚାଲୁଚି ,କେତେ ଲାଭ ହେଉଛି ସେ ନେଇ ପଚାରିଥିଲେ I

ଏହାସହିତ ପଇଡ଼ ପି ପଇସା ଦେଇ ପୁଣି ବାସଭବନ କୁ ଫେରିଯାଇଥିଲେ I ଏବେ ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚା I

Leave a Reply

Your email address will not be published. Required fields are marked *