ବେଲ ଖାଇବା ଦ୍ବାରା ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟ ଜନକ ଫାଇଦା

ବେଲ ପତ୍ର ଶିବ ଙ୍କ ପତ୍ର ଭାବେ ବେଶ୍ ଜଣାଶୁଣା। ତେବେ ଏହି ପତ୍ର ଓ ଫଳ ରେ ଭରି ରହିଛି ଅନେକ ଔଷଧୀୟ ଗୁଣ

ବେଲ ର ଉପକାରିତା:-
୧. ବେଲ ପତ୍ର ର ରସ ରେ ଗୋଲମରିଚ ମିଶାଇ ସେବନ କରିବା ଦ୍ଵାରା ଅର୍ଶ, କାମଳ ଏବଂ ପେଟରୋଗରେ ଭଲ ହୋଇଥାଏ।
୨. ବେଲ ପତ୍ର, ବାସଂଗ ପତ୍ର, ଲିମ୍ବ ପତ୍ର ଏବଂ ବେଗୁନିଆ ପତ୍ର କୁ ସମ ଭାବରେ ମିଶ୍ରଣ କରି ସେଥିରେ ହଳଦୀ ୧୦ ଖଣ୍ଡ, ହରିଡା ୧୦ ଖଣ୍ଡ, ସୋଉନ୍ଧବ ଲବଣ ବାଟି କି ଲଗାଇଲେ କୁଣ୍ଡିଆ ରୋଗ ଭଲ ହୋଇଥାଏ।

୩. ମଧୁମେହ ରୋଗ ଆରମ୍ଭ ହେଲେ ୪ ଚାମଚ୍ ବେଲ ପତ୍ର ରସ ସହ ଅଧ ଚାମଚ ମହୁ ମିଶାଇ ୨ ଥର ଲେଖା ଖାଲି ପେଟରେ ଖାଇବା ଦ୍ଵାରା ରୋଗ ଭଲ ହୋଇଥାଏ।
୪. ଆଖି ଧରିଲେ କିମ୍ବା ଆଖିରୁ ପାଣି ଗଡ଼ିଲେ କିମ୍ବା ଆଖି ଲାଲ୍ ପଡ଼ିଲେ ବେଲ ପତ୍ର କୁ ଅଳ୍ପ ଉଷୁମ କରି ଆଖି ଉପରେ ରଖି ୨ ଘଣ୍ଟା ପାଇଁ ଏକ ପଟି ବାନ୍ଧି ଦେଲେ କଷ୍ଟ ରୁ ଉପଶମ ମିଳିଥାଏ।
୫. ନିୟମିତ ବେଲପତ୍ର ରସ ଦେହରେ ମର୍ଦ୍ଦନ କରିବା ଦ୍ଵାରା ଦେହରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ।
୬. କଞ୍ଚା ବେଲ କୁ ଖରା ରେ ଶୁଖାଇ ଏହାକୁ ଗୁଣ୍ଡ କରି ଏକ ସଫା କାଚ ବୋତଲ ରେ ପୁରାଇ ରଖନ୍ତୁ। ଏହା କୁ ପ୍ରତ୍ୟହ ସେବନ କରିବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ

Leave a Reply

Your email address will not be published. Required fields are marked *