ଓଡ଼ିଆ ଆଲବମ୍ ଅଭିନତ୍ରୀ ସିମରନ ସିଂଙ୍କୁ ହତ୍ୟାକରୀ ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜ୍ ରେ ଫୋପାଡ଼ିଦେଲେ ,ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ସମ୍ବଲପୁର ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜ୍ ତଳୁ ଜଣେ ରକ୍ତଜୁଡୁବୁଡୁ ଯୁବତୀଙ୍କ ମୃତ ଶରୀର ମିଳିଥିଲା ପାରିପାର୍ଶିକ ଅବସ୍ଥାରୁ ଜଣାପଡୁଥିଲା ଯେ ବୋଧହୁଏ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି କିନ୍ତୁ ପରେ ଘଟଣାସ୍ଥଳରେ ତାଙ୍କ ମା ପହଁଚି ଅଭିଯୋଗ କରିଛନ୍ତି ଯେ ଯୁବତୀ ଜଣଙ୍କୁ କେହି ହତ୍ୟାକରି ଫୋପାଡ଼ିଦେଇଛି I ତେବେ ଯୁବତୀ ଜଣଙ୍କ ପରିଚୟ ମିଳିବା ପରେ ସେଠାରେ ପ୍ରବଳ ଭିଡ଼ ଜମିଛି I

ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ଆଲବମ୍ ଅଭିନେତ୍ରୀ I ତାଙ୍କ ନାମ ସିମରନ ସିଂ । ସେ ପ୍ରାୟତ ସମ୍ବଲପୁରୀ ଗୀତରେ ନିଜର ଅଭିନୟ ପାଇଁ ଘରେ ଘରେ ପରିଚିତ I କେଶରୀ ଲୋ ,ସେଲଫି ବେବୋ, ଭଳି ସୁପରହିଟ ଗୀତରେ ତାଙ୍କଅଭିନୟ ଦେଖିବାକୁ ମିଳିଥିଲା I

ଏପରିକି ସେଲ୍ଫି ବେବୋ ଗୀତ ୟୁଟୁବ ରେ ପାଖାପାଖି 2କୋଟି ରୁ ଉର୍ଧ ଦର୍ଶକ ଦେଖିସାରିଲେଣି I ତେବେ ଅଳ୍ପ ସମୟ ମଧ୍ୟରେ ଏପରି ସଫଳତା ପାଇଥିବା ଅଭିନେତ୍ରୀ ଙ୍କୁ ଷଡଯନ୍ତ୍ର କରାଯାଇ ହତ୍ୟା କରାଯାଇଥିବା ତାଙ୍କ ମା ଲିଖିତ ଅଭିଯୋଗ କରିଛନ୍ତି I

କିନ୍ତୁ ଦେଖଣାହାରୀ ଙ୍କ ବୟାନ ଅନୁଯାଇ ସିମରନ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ , ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *