ଘରେ ମାଟି ପାତ୍ର ବ୍ୟବହାର କରୁଥିଲେ ଏହି ସବୁ କଥା ନିଶ୍ଚୟ ଜାଣି ରଖନ୍ତୁ

ମାଟି ପାତ୍ର ର ବ୍ୟବହାର ଦ୍ଵାରା ଜୀବନ ରେ ଅନେକ ସମସ୍ୟା ରହିଥାଏ। ଆମ ଶରୀର ୫ ତି ତତ୍ତ୍ଵ ର ସମ୍ମେଳନ ଦ୍ବାରା ତିଆରି ହୋଇଥାଏ। ସେହି ୫ ଟି ତତ୍ତ୍ଵ ମଧ୍ୟ ରୁ ଗୋଟିଏ ମାଟି।

ବସ୍ତୁ ଶାସ୍ତ୍ର ରେ ଏହାର ଅନେକ ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବସ୍ତୁ ଶାସ୍ତ୍ର ଅନୁସାରେ ଆମେ ଯେତେ ପ୍ରାକୃତିକ ଦ୍ରବ୍ୟ ନିକଟରେ ରହିବା ସେଥିରୁ ଆମ ଶରୀର କୁ ସେତେ ଶକ୍ତି ମିଳିଥାଏ ମାଟି ର ପାତ୍ର କୁ ବ୍ୟବହାର କରିବା ଦ୍ଵାରା ଆମକୁ ଅନେକ ସୁଫଳ ମଧ୍ୟ ମିଳିଥାଏ।

ଏହାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ମାଟି ପାତ୍ର ରଖିବା ଦ୍ବାରା ଘରେ ସୁଖ, ଶାନ୍ତି ବୃଦ୍ଧି ହୋଇଥାଏ। ମାଟି ର ପାତ୍ର ରେ ପାଣି ରଖି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ମାଟିର ସୁରେଇ କୁ ଘର ର ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ୍। ଏହା ଦ୍ବାରା ଘର ର ସଦସ୍ୟ ଙ୍କ ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ପଡ଼ିବ ନାହିଁ।

କୁହାଯାଏ ଯେ ଘରେ ଯଦି କୌଣସି ବ୍ୟକ୍ତି ଚିନ୍ତିତ ଥାଏ ତେବେ ମାଟି ପାତ୍ର ର ଜଳ କୁ ନେଇ ଏକ ବୃକ୍ଷ ର ମୂଳରେ ଅର୍ପଣ କଲେ ଚିନ୍ତା ଦୂର ହୋଇଥାଏ। ମାଟି ରେ ତିଆରି ଭଗବାନ ଙ୍କୁ ଘରେ ରଖି ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଅସୁବିଧା ଦୂର ହୋଇଥାଏ।

ମାଟି ରେ ତିଆରି ଗ୍ଲାସ୍ ରେ ଚାହା କିମ୍ବା ଲସି ପିଇବା ଦ୍ବାରା ଭଲ ଲାଗିଥାଏ। ଏହା ଦ୍ବାରା ମଙ୍ଗଳ ଗ୍ରହ ର କୁପ୍ରଭାବ ରୁ ମୁକ୍ତି ମିଳିଥାଏ। ମାଟି ର ଗ୍ଲାସ୍ ରେ ପାଣି ଭର୍ତି କରି ତାକୁ ଅସ୍ଵସ୍ଥ ବୃକ୍ଷ ତଳେ ରଖିଲେ ବହୁ ସୁଫଳ ମିଳିଥାଏ।

Leave a Reply

Your email address will not be published. Required fields are marked *