ନବୀନ ଙ୍କୁ ଅପରାଜିତାଙ୍କୁ ପ୍ରଶ୍ନ ବେରୋଜଗାରୀ ଙ୍କ ପାଇଁ କେତେ ନିଯୁକ୍ତି ତିଆରି କରିଛ ??

ପାଞ୍ଚ ତାରିଖ ରେ ଓଡିଶା ଆସୁଛନ୍ତି ମୋଦି ଏପଟେ ମଧ୍ୟ ପୁରୀରେ ବିଶାଳ ମହିଳା ସମାବେଶ ର ଆୟୋଜନ କରାଯାଉଛି ଯେଉଁଥିରେ ନବୀନ ପଟନାୟକ ଯୋଗ ଦେବେ I ତେବେ ମୁଖ୍ୟମନ୍ତ୍ରୀ ଙ୍କ ମହିଳା ସମାବେଶ କୁ ନେଇ ଖୁବ ବର୍ଷିଛନ୍ତି ଅପରାଜିତା ଷଡ଼ଙ୍ଗୀ I ମହିଳାସମାବେଶ ନାମରେ ବିଜେଡି କେବଳ ଭୋଟ୍ ରାଜନୀତି କରୁଥିବା ଅପରାଜିତା ଅଭିଯୋଗ କରିବା ସହିତ ମହିଳା ମାନଙ୍କର କେଉଁ ସବୁ ଉର୍ନତି କରାଯାଇଛି ତାର ହିସାବ ମାଗିଥିଲେ I ମହିଳା ମାନଙ୍କ ଉର୍ନ୍ନତି ପାଇଁ ପ୍ରତି ଗ୍ରାମାଞ୍ଚଳ ରେ ଛୋଟ ଛୋଟ ଉଦ୍ୟୋଗ କରାଯାଉ ଯେଉଁଥିରେ ସେମାନେ ସ୍ୱରୋଜଗାରୀ ହେଇପାରିବେ I

ମହିଳା ମାନେ ଅସୁରକ୍ଷିତ I ଅପରାଧ ର ଶିକାର ହେଲେ ମଧ୍ୟ ସେମାନେ ଙ୍କୁ ନ୍ୟାୟ ମିଳିପାରୁନାହିଁ I ସୂଚନା ଥାଉ କି ନିକଟ ଅତୀତ ରେ ବେବିନା ,କୁନ୍ଦୁଲି ନ୍ୟାୟ ନପାଇ ଜୀବନ ଚାଲିଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ପରେ ରାଜନୀତି ଚାଲିଥିଲା I

ସେହିପରି ରାଜ୍ୟରେ ବେରୋଜଗାରୀ ଙ୍କ ପାଇଁ ନବୀନ ସରକାର କଣ ସବୁ ଯୋଜନା କାର୍ଯ୍ୟକାରୀ କରି କେତେ ନିଯୁକ୍ତି ସୃଷ୍ଟି କରିଛନ୍ତି ତାର ହିସାବ ମଧ୍ୟ ଦେବାକୁ ନବୀନ ଙ୍କୁ ସିଧାସଳଖ ପ୍ରେସ ମିଟ ରେ ଅପରାଜିତା ଆହ୍ୱାନ ଦେଇଛନ୍ତି I

Leave a Reply

Your email address will not be published. Required fields are marked *