ସାପ ଡ୍ରେସ ପିନ୍ଧିବା ପଡିଲା ମହଙ୍ଗା :ସ୍ତ୍ରୀ ପିନ୍ଧିଥିଲା ସାପ ଡ୍ରେସ ,ସ୍ୱାମୀ ଡରିଯାଇ ଠେଙ୍ଗାରେ ବାଡେଇ ଭାଙ୍ଗିଦେଲା

ଆଧୁନିକ ଯୁଗରେ ମହିଳା ମାନେ ବିଭିର୍ଣ୍ଣ ନୂଆ ଷ୍ଟାଇଲ ପୋଷାକ ପିନ୍ଧି ନିଜକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାକୁ ପ୍ରତିଯୋଗିତା କରିଥାନ୍ତି I କିନ୍ତୁ ଏହି ନୂଆ ଧରଣର ପୋଷାକ ପିନ୍ଧିବା ଯେ ଜଣେ ସ୍ତ୍ରୀ କୁ ତା ଗୋଡ ଭାଙ୍ଗିବାକୁ ପଡିବ ଏକଥା କଣ କେହି ଜାଣିଥିବେ I ଫଟ ରେ ମଧ୍ୟ ଆପଣ ଦେଖି ଭାବୁଥିବେ କି ଏହା ଦୁଇଟି ସାପ I ଠିକ ସେମିତି ଭୁଲ ଧାରଣାରେ ପଡିଯାଇଥିଲେ ମହିଳା ଙ୍କ ସ୍ୱାମୀ I ପ୍ରାପ୍ତ ସୂଚନା ଅନୁଯାଇ ଘଟଣାଟି ଅଷ୍ଟ୍ରେଲିୟାର ସହର ମେଲବର୍ଣ୍ଣର I ମହିଳା ଜଣଙ୍କ ଏକ ଷ୍ଟାଇଲ ସାପ ଵାଲା ଡ୍ରେସ ପିନ୍ଧି ରାତିରେ ସୋଇଥିଲେ I

ଶୋଇବା ସମୟରେ କମଳ ଘୋଡେଇ ସୋଇଥିଲେ କିନ୍ତୁ କମଳ ବାହାରୁ ତାଙ୍କ ଗୋଡ ଦୁଇଟି ବାହାରକୁ ବାହାରିଥିଲା ଯାହାକି ଦୁଇଟି ସାପ ପରି ଦେଖାଯାଉଥିଲା I ରାତିରେ ସ୍ୱାମୀ ଘରକୁ ଫେରିବା ପରେ ସାପ ଦେଖି ଡରିଯାଇଥିଲେ ଏବଂ ଏକ ଠେଙ୍ଗାରେ ଦୁଇ ପାହାର ଭଲକି କଷିଦେଇଥିଲେ ସ୍ତ୍ରୀ ର ଗୋଡ଼କୁ I

ଜୀବନ ବିକଳରେ ସ୍ତ୍ରୀ ଚିଲାଇବାରୁ ଜଣାପଡିଥିଲା କି ତାହା ସାପ ନୁହେଁ ସ୍ତ୍ରୀ ର ଗୋଡ I ଏହାପରେ ସ୍ୱାମିଜଣଙ୍କ ସ୍ତ୍ରୀ କୁ ହସ୍ପିଟାଲ ନେଇଥିଲେ ଏବଂ ଚିକିତ୍ସା ଚାଲୁରହିଛି I ଘଟଣାଟି ଏବେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *