ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇନାହାନ୍ତି, ମହାରଥୀ ଙ୍କ ନୈତିକତା ନାହିଁ ,ଯଦି ନୈତିକତା ଥିଲା ଏପରି ମନ୍ତବ୍ୟ କାଇଁ ଦେଉଥିଲେ

ପିପିଲି ଦୁଷ୍କର୍ମ ପୀଡିତା ବେବିନା ଘଟଣାରେ ପ୍ରମାଣ ଅଭାବ ରୁ ଅଭିଯୋଗକାରୀ ମାନେ ନିର୍ଦୋଶ୍ ରେ ଖଲାସ ହେଇଥିଲେ କିନ୍ତୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବୟାନ ରଖିଥିଲେ ଯେ ବେବିନା କୁ ନ୍ୟାୟ ମିଳିଛି ଯାହାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା I ନବୀନ ଙ୍କ ଭାବମୂର୍ତ୍ତି ଉପରକୁ ଆଙ୍ଗୁଳି ଉଠିଥିଲା I ପିପିଲି ପୀଡିତା କଥା ପ୍ରଧାନମନ୍ତ୍ରୀ ମଧ୍ୟ ଉଠାଇଥିଲେ ସମାବେଶରେ I ଶେଷରେ ବହୁ ଆଲୋଚନା ପରେ ପ୍ରଦୀପ ମନ୍ତ୍ରୀପଦ ରୁ ଇସ୍ତଫା ଦେଇଛନ୍ତି ଏବଂ ନୈତିକତା ଦୃଷ୍ଟିରୁ ତାଙ୍କ ଇସ୍ତଫା ଦେଇଥିବା ଘଟଣା ମିଡ଼ିଆ ଆଗରେ କହିଛନ୍ତି

I ଏହାକୁ ନେଇ ଶାଣିତ ପ୍ରଶ୍ନ କରିଛନ୍ତି ବିଜେଡି ରୁ ବିଦା ହେଇଥିବା ଦାମ ରାଉତ I କହିଛନ୍ତି ଯେ ସେ ଯେତେବେଳେ ବ୍ରାହ୍ମଣ ଙ୍କ ଉପରେ ଏକ ଟିପ୍ପଣୀ ରଖିଥିଲେ ତାହାକୁ କଦର୍ଥ କରାଯାଇ ରାତି ଅଧିଆ ମନ୍ତ୍ରୀପଦ ରୁ କାଢି ଦିଆଯାଇଥିଲା I କିନ୍ତୁ ମହାରଥୀ ଏତେ ବିଳମ୍ବ ରେ କାହିଁକି ଦେଲେ I

ପ୍ରବଳ ଚାପ ପଡିବାରୁ ମହାରଥୀ ଙ୍କୁ ମୋହରା ବନେଇଛନ୍ତି ମୁଖ୍ୟମନ୍ତ୍ରୀ I ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ I ମହାରଥୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇନାହାନ୍ତି, ମହାରଥୀ ଙ୍କ ନୈତିକତା ନାହିଁ ,ଯଦି ନୈତିକତା ଥିଲା ଏପରି ମନ୍ତବ୍ୟ କାଇଁ ଦେଉଥିଲେ I

Leave a Reply

Your email address will not be published. Required fields are marked *