ମହାରଥୀ ଙ୍କ ମନ୍ତ୍ରୀପଦ ନେଇଗଲା ବେବିନା ,ମନ୍ତ୍ରୀପଦ ରୁ ଇସ୍ତଫା ଦେଲେ ମହାରଥୀ

ନ୍ୟାୟ ନପାଇ ଚାଲିଗଲା ବେବିନା ତଥାପି ସାତବର୍ଷ ପରେ ବିଚାର ରେ ପପ୍ରମାଣ ଅଭାବ ରୁ ନିର୍ଦୋଷ ରେ ଖଲାସ ହେଇଥିଲେ ଅଭିଯୁକ୍ତ I କିନ୍ତୁ ମହାରଥୀ କହିଥିଲେ ଯେ ବେବିନା ନ୍ୟାୟ ପାଇଛି I ଏହାକୁ ନେଇ ସବୁମହଲ ରୁ ତୀବ୍ର ବିରୋଧ କରିବା ସହିତ ମହିଳା କଂଗ୍ରେସ ମହାରଥୀ ଙ୍କ ଘର ଉପରକୁ ଅଣ୍ଡା ଝାଡୁ ମାଡ କରିଥିଲା I ବିଜେପି ମଧ୍ୟ ତୀବ୍ର ବିରୋଧ କରିଥିଲା I

ଏହାପରେ ମହାରଥୀ ଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିବାରୁ ପୁରୀର ସମସ୍ତ ବିଧାୟକ ଙ୍କୁ ଡାକି ଗୁପ୍ତ ବୈଠକ ବସାଇଥିଲେ ସଭାପତି ନବୀନ I ଚର୍ଚା ଚାଲିଥିଲା କି ମହାରଥୀ ଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିପାରେ ନିଜର ଇମେଜ ସ୍ୱଚ୍ଛ ରଖିବାକୁ I

ଶେଷରେ ଆଜି ମନ୍ତ୍ରୀପଦ ରୁ ଇସ୍ତଫା ଦେଇଦେଇଛନ୍ତି ମହାରଥୀ I ସୂଚନା ଥାଉ କି 2012 ରେ ମଧ୍ୟ ଏହି ବେବିନା ଧର୍ଷଣ ପାଇଁ ସେତେବେଳେ ଜୋରଦାର ବିରୋଧ ହେଇଥିଲା ଏବଂ ନିଜ ମନ୍ତ୍ରୀପଦ ରୁ ଇସ୍ତଫା ଦେଇଦେଇଥିଲେ ମହାରଥୀ I ଆଜି ପୁଣି ଆଉଥରେ ବେବିନା ମନ୍ତ୍ରୀପଦ ଛଡାଇ ନେଲା ମହାରଥୀ ଙ୍କ ଠାରୁ I

Leave a Reply

Your email address will not be published. Required fields are marked *