ବିଜେପି ର ଓଡିଶା ମୁଖ୍ୟମନ୍ତ୍ରୀ ପ୍ରାଥୀ କିଏ ?? ଗୋପରେ ବଢୁଚି କଳା କହେଁଇ !!

ଓଡ଼ିଶାରେ 2019 ନିର୍ବାଚନ ଜିତିଲେ ବିଜେଡି ପକ୍ଷରୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟନାୟକ ଗାଦିରେ ଵସିବେ I କଂଗ୍ରେସ ର ମଧ୍ୟ ନିରଞ୍ଜନ ପଟନାୟକ ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବରେ ଉଭା ହେଇଛନ୍ତି ତେବେ ବିଜେପି ରେ ଓଡିଶା ର ମୁଖ୍ୟମନ୍ତ୍ରୀ ପ୍ରାଥୀ କିଏ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି I ଯଦିଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମଙ୍ଗ ସମ୍ଭାଳିଛନ୍ତି ଏବଂ ରାଜ୍ୟ ବିଜେପି ତାଙ୍କ ନେତୃତ୍ୱ ରେ ବଢ଼ିବାରେ ଲାଗିଛି ତେଣୁ ଧର୍ମେନ୍ଦ୍ର ଙ୍କୁ ବିଜେପି ର ଓଡିଶା ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବେ ଦଳୀୟ କର୍ମୀ ଭାବିନେଇଥିଲେ I ଧର୍ମେନ୍ଦ୍ର ମଧ୍ୟ ଗତ ପଂଚାୟତ ନିର୍ବାଚନ ରେ ଅଭୂତପୂର୍ବ ସଫଳତା ଦେଇଥିଲେ ଦଳକୁ ଯଦିଓ ବିଜେପୁର ବାଜିରେ ହାରିଯାଇଥିଲେ I

ତେବେ ହଠାତ ଦିଲ୍ଲୀ ଦରବାର ରେ ଅମିତ ଶାହାଙ୍କ ବାସଭବନ ରେ ଯୋଗ ଦେଇଥିବା ପ୍ରଶାସିକା ଅପରାଜିତା ପାଲଟିଯାଇଥିଲେ ଦଳୀୟ କର୍ମୀ ଙ୍କ ନେତୃତ୍ୱ I ଯୋଗ ଦେଉ ଦେଉ ତାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେସ ଆରମ୍ଭ ହେଇଯାଇଥିଲା ଓଡ଼ିଶାରେ I ତେବେ ଖୋର୍ଦ୍ଧା ରେ ଅପରାଜିତା ଙ୍କୁ ମଞ୍ଚ ରେ ମିଳିନଥିଲା ସିଟ I ଯାହାକି ତାଙ୍କ ପ୍ରସଂଶକ ଙ୍କୁ ଗଭୀର ଆଘାତ ଲାଗିଥିଲା

I ପୁଣିଥରେ କିଏ ହେବେ ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାଥୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି I ଅବଶ୍ୟ ବିଜେପି ରେ ପ୍ରତାପ ଷଡ଼ଙ୍ଗୀ ,ଜୁଏଲ ଓରାମ ଙ୍କ ଭଳି ପ୍ରାଥୀ ରହିଛନ୍ତି I ତେବେ ଚାଲିଥିବା ଚର୍ଚ୍ଚା ଅନୁଯାଇ ଧର୍ମେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇନପାରନ୍ତି ଯଦି ଓଡ଼ିଶାରେ ବିଜେପି ଆସେ ,କାହିଁକିନା ପ୍ରଧାନମନ୍ତ୍ରୀ ଙ୍କ ପାୱାର କରିଡର ରେ ଧର୍ମେନ୍ଦ୍ର ଙ୍କ ସ୍ଥାନ ସ୍ୱତନ୍ତ୍ର

I ମୋଦୀଜି କଦାପି ଧର୍ମେନ୍ଦ୍ର ଙ୍କୁ ପାଖରୁ ଛାଡିବାକୁ ଚାହିଁବେ ନାହିଁ Iସେହିଭଳି ଭାବରେ ସବୁ ଚର୍ଚାର ଅନ୍ତ ଘଟାଇ ଶେଷରେ ପଦ୍ମ ପୋଖରୀ ରେ ଜାଗର ରେ ଦୀପ ଜାଳିଥିବା ବୈଜୟନ୍ତ ଙ୍କୁ ନେଇ ଚର୍ଚା ଜୋର ଧରିଛି I ବୈଜୟନ୍ତ ଙ୍କ ଲୋକପ୍ରିୟତା ଯଥେଷ୍ଟ ଥିବାବେଳେ ବିଜେପି ରେ ମଧ୍ୟ ତାଙ୍କର ପ୍ରସଂଶକ ସଂଖ୍ୟା ଅଧିକ I ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବେ ଉପସ୍ଥାପନ କରାଯାଇପାରେ I ଅପରପକ୍ଷରେ ବିଜେପି ର ମୁଖ୍ୟମନ୍ତ୍ରୀ ହେଇପାରନ୍ତି ସମ୍ବିତ ପାତ୍ର

I ସମ୍ବିତ ଓଡ଼ିଶା ମାଟିର ପୁଅ ଯିଏକି ବର୍ତମାନ ଜାତୀୟ ମୁଖପାତ୍ର ଭାବେ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି I ଯୁବବର୍ଗ ଙ୍କ ପ୍ରଥମ ପସନ୍ଦ ମଧ୍ୟ ସମ୍ବିତ ପାତ୍ର I ଯଦି ଦଳ ସଫଳତା ପାଏ ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାଥୀ ଦୌଡ଼ରେ ସର୍ବାଗ୍ରେ ରହିବେ ସମ୍ବିତ I

Leave a Reply

Your email address will not be published. Required fields are marked *