ଛାତ ଉପରେ ସ୍ୱାମୀ ସହିତ ଝଗଡା ଠେଲାପେଲାରେ ତଳକୁ ଖସି ପଡ଼ିଥିଲେ ନିକିତା

ଲୋକପ୍ରିୟ ଅଭିନେତ୍ରୀ ନିକିତା ଙ୍କ ଅକସ୍ମାତ ମୃତ୍ୟୁ କୁ ନେଇ ଚର୍ଚା ଚାଲିଥିଲା I ମୃତ୍ୟୁ ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସ୍ୱାମୀ ଲିପୁନ ଙ୍କୁ ଅଟକ ରଖାଯାଇଥିଲା I ତେବେ ତାଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା I ପରେ ପୋଲିସ ର ତନାଘନା ତଦନ୍ତ ରେ ଶେଷରେ ସମ୍ପୂର୍ଣ୍ଣ କହିନଥିଲେ ମଧ୍ୟ ମୁଂହ ଖୋଲିଛନ୍ତି ଲିପୁନ I ଛାତଉପରେ ନିକିତା ଙ୍କ ସହିତ ତାଙ୍କର ଝଗଡା ହେଇଥିଲା ,ଝଗଡ଼ାରୁ ଠେଲାପେଲା ହେବା ସମୟରେ ନିକିତା ତଳେ ପଡ଼ିଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି I ଏହାକୁ ନେଇ ମଧ୍ୟ ଅଟକ ରହିଥିବା ନିକିତା ଙ୍କ ସ୍ୱାମୀ ଲିପୁନ ଙ୍କୁ ଗିରଫ କରାଯାଇଛି I

ତେବେ ନିକିତା ଙ୍କ ବାପା କହିଛନ୍ତି ଯେ ଗଣ୍ଡଗୋଳ ରୁ ନୁହେଁ ନିଜେ ଲିପୁନ ଠେଲି ଦେଇଛନ୍ତି ତାହା ତଦନ୍ତ ପରେ ଜଣାପଡିବ I ସୂଚନା ଥାଉ କି ନିକିତା ଜଣେ ଲୋକପ୍ରିୟ ଅଭିନେତ୍ରୀ I ସେ ବିବାହିତ ଏବଂ ତାଙ୍କର ଚାରି ମାସର ଏକ ପୁଅ ମଧ୍ୟ ରହିଛି I

Leave a Reply

Your email address will not be published. Required fields are marked *