ଜାନୁୟାରୀ ରେ ବଡ଼ ନେତା ମାନଙ୍କ ଓଡ଼ିଶା ଗସ୍ତ:ଆସୁଛନ୍ତି ମୋଦି ରାହୁଲ

ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଓଡ଼ିଶାକୁ ନେତାଙ୍କ ସୁଅ ଛୁଟୁଛି।ନିକଟରେ ଅର୍ଥାତ୍ ୫ ଜାନୁଆରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାର ବାରିପଦା ଆସିବା ପରେ ତାଙ୍କ ପରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ।

ଆସନ୍ତା ୨୫ ତାରିଖରେ ଉପକୂଳ ଓଡ଼ିଶାରେ ରାହୁଲଙ୍କ ସାଧାରଣ ସଭା କାର୍ଯ୍ୟକର୍ମ ରହିଛି।ମଧ୍ୟପ୍ରଦେଶ,ରାଜସ୍ଥାନ ଓ ଛତିଶଗଡରେ ବାଜିମାତ କରିବା ପରେ ଓଡ଼ିଶା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଆସୁଛନ୍ତି ରାହୁଲ।ସେପଟେ ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସୁଛନ୍ତି ମୋଦି।

ଏହାପରେ ୧୮ ତାରିଖରେ ରହିଛି ଅମିତ୍ ଶାହା ଙ୍କ କଟକ ଗ୍ରସ୍ଥ କାର୍ଯ୍ୟକର୍ମ।ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଫୋକସ୍ ରେ ରହିଛି ଓଡ଼ିଶା।

Leave a Reply

Your email address will not be published. Required fields are marked *