ଗେମ ଖେଳିବା ନେଇ ମାଙ୍କ ତାଗିଦ୍ ପରେ ୧୨ ବର୍ଷ ବାଳକର ଆତ୍ମହତ୍ୟା

ଗେମ ଖେଳିବା ନେଇ ମାଙ୍କ ତାଗିଦ୍ ପରେ ୧୨ ବର୍ଷ ବାଳକର ଆତ୍ମହତ୍ୟା।ମୃତକ ହେଉଛନ୍ତି କମିଶନରେଟ୍ ପୋଲିସ ସ୍ପେଶିଆଲ୍ ସ୍କୁର୍ଡ୍ ରେ କାର୍ଯ୍ୟରତ ଏ.ସି.ପି ସଞ୍ଜୀବ ଶତପଥୀଙ୍କ ପୁଅ ଆୟୁଷ୍ମାନ ଶତପଥୀ।ସପ୍ତମ ଶ୍ରେଣୀରେ ପଢ଼ୁଥିବା ଆୟୁଷ୍ମାନ ଙ୍କ ମୃତ୍ୟୁ ପରେ ସେ ମୋବାଇଲରେ କେଉଁ ଗେମ୍ ଖେଳୁଥିଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମା ଙ୍କ ତାଗିଦ୍ ନା ଘାତକ ଗେମ୍ ତାଙ୍କ ଜୀବନ ନେଇଛି ନା ୟା ପଛରେ ଆଉ କିଛି ରହସ୍ୟ ରହିଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ସୂଚନାରୁ ଜଣାଯାଏ କି ଅଧା ରାତି ପର୍ୟ୍ୟନ୍ତ ଆୟୁଷ୍ମାନ ମୋବାଇଲରେ ଗେମ୍ ଖେଳୁଥିଲେ ଏବଂ ଏହା ଦେଖି ତାଙ୍କ ମାଆ ତାଙ୍କୁ ପାଟି କରିଥିଲେ ଏବଂ ତାଙ୍କୁ ମୋବାଇଲ ରଖି ଶୋଇବା ପାଇଁ କହିଥିଲେ।ଏହାପରେ ତାଙ୍କ ଭଉଣୀ ମଧ୍ୟ ଅନ୍ୟ ଏକ ଘରକୁ ଶୋଇବା ପାଇଁ ଚାଲି ଯାଇଥିଲେ।ଏବଂ ଏହାପରେ ଆୟୁଷ୍ମାନ ତାଙ୍କ ରୁମ୍ ର ଲାଇଟ୍ ବନ୍ଦ କରି ଗୋଟେ ଜିନ୍ ପ୍ୟାଣ୍ଟ୍ କୁ ବେକରେ ଗୁଡ଼ାଇ ଫ୍ୟାନ ରେ ଆତ୍ମହତ୍ୟା କରିଥିଲେ।ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଆୟୁଷ୍ମାନ ଭିଡିଓ ଗେମ୍ ଖେଳୁଥିବା ବେଳେ ଆମେରିକା ରୁ ତାଙ୍କ ଫୋନକୁ ଏକ କଲ୍ ଆସିଥିବାର କୁହାଯାଇଛି।ଏହାକୁ ନେଇ ସେ ବାପାଙ୍କୁ ଜଣେଇଥିଲେ। ଏଠି ପ୍ରଶ୍ନ ଉଠୁଛି ଆୟୁଷ୍ମାନ କେଉଁ ଗେମ୍ ଖେଳୁଥିଲେ।ଗେମ୍ ଏବଂ ଫୋନ୍ କଲ୍ ସହ ତାଙ୍କ ମୃତ୍ୟୁର କୌଣସି ଲିଙ୍କ୍ ଅଛି କି?ଆୟୁଷ୍ମାନ ଙ୍କ ମୃତ୍ୟୁ ଏଭଳି ଅନେକ ପ୍ରଶ୍ନ ଛାଡିଯାଇଛି।

Leave a Reply

Your email address will not be published. Required fields are marked *