ଅନୁଭବ ଙ୍କ ବଡ ଫ୍ୟାନ ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତି ,ଖବର ପାଇବା କ୍ଷଣି ହସ୍ପିଟାଲ ରେ ପହଁଚିଗଲେ ଅନୁଭବ

ଅନୁଗୁଳ ର ସେ ଅନୁଭବ ମହାପାତ୍ର ଭାବେ ବେସ ପରିଚିତ I ଯଦିଓ ତାଙ୍କ ନାମ ସଂଗ୍ରାମ ମଲିକ କିନ୍ତୁ ସେ ଅନୁଭବ ଙ୍କର ବହୁତ ବଡ ଫ୍ୟାନ I ସେଥିପାଇଁ ନିଜ ନାମକୁ ବଦଳାଇ ଅନୁଭବ ରଖିଥିଲେ I ଷ୍ଟେଜ ରେ ଆଙ୍କରିଂ ,ଧାରାବାହିକ ,ଆଲବମ ରେ ଅଭିନୟ କରି ଲୋକପ୍ରିୟ ହେଇପାରିଥିଲେ ସଂଗ୍ରାମ I ତେବେ କୌଣସି ଏକ କାର୍ଯ୍ୟରେ ଯାଉଥିବା ସମୟରେ ବାଟରେ ତାଙ୍କର ଦୁର୍ଘଟଣା ହେଇଥିଲା ଏବଂ କଟକ ହସ୍ପିଟାଲ ରେ ଭର୍ତି ହେଇଥିଲେ I

ଅବସ୍ଥା ସଙ୍କାଟାପର୍ଣ୍ଣ ଥିଲା ,ବହୁତ ପଇସା ମଧ୍ୟ ଆବଶ୍ୟକ ଥିଲା ତାଙ୍କ ଚିକିତ୍ସା ପାଇଁ I ତେବେ ଏନେଇ ଖବର ପହଞ୍ଚିଥିଲା ସାଂସଦ ଅନୁଭବ ଙ୍କ ପାଖରେ I ସେତେବେଳେ ସେ ଦିଲ୍ଲୀ ଚାଷୀ ସମାବେଶ ରେ ଥିଲେ କିନ୍ତୁ ଫୋନ ରେ ନିର୍ଭର ପ୍ରତିଶୃତି ଦେଇଥିଲେ ଯେ ଅନୁଭବ ଙ୍କ ସମସ୍ତ କଥା ବୁଝିବେ ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ I ତେବେ ଦିଲ୍ଲୀରୁ ଫେରିବା ପରେ କଥା ରଖିଛନ୍ତି ଅନୁଭବ I

ହସ୍ପିଟାଲ ରେ ପହଞ୍ଚି ତାଙ୍କ ପ୍ରସଂଶକ ଅନୁଭବ ର ଚିକିତ୍ସା ବିଷୟରେ ବୁଝିବା ସହିତ ଯେପରି କିଛି ଅବହେଳା ନହୁଏ ସେ ନେଇ ଡାକ୍ତର ମାନଙ୍କୁ କହିଥିଲେ I ଅନୁଭବ ଙ୍କ ଏପରି ମହାନତା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *