ଗୁଜରାଟୀ ଫିଲ୍ମ କୁ କପି କରି ଦୁଇ ଫିଲ୍ମ ନିର୍ମାଣ ସଂସ୍ଥା ସିଦ୍ଧାର୍ଥ ଟିଭି ଏବଂ ତରଙ୍ଗ ସିନେ ପ୍ରଡକ୍ସନ ମୁଂହାମୁହିଁ I ଗୋଟିଏ କାହାଣୀ ରେ ତିଆରି ହେଇଚି ଦୁଇଟି ଫିଲ୍ମ ସେ ବି ଗୁଜରାଟୀ ରୁ ନକଲ

ଓଡ଼ିଆ ସିନେମା ରୁ ମୁଁହ ଫେରାଉଛନ୍ତି ଦର୍ଶକ Iକୌଣସି ଚଳଚିତ୍ର ରେ ନିଜସ୍ୱ ନାହିଁ ବାହାରୁ କେବଳ ହିଟ ହେଇଥିବା ଫିଲ୍ମ ର ନକଲ କରାଯାଉଛି ଏହି ଅଭିଯୋଗ ସବୁବେଳେ ହୁଏ ଯେଉଁଥିପାଇଁ ଓଡ଼ିଆ ସିନେମା ଦେଖୁନାହାନ୍ତି ଦର୍ଶକ I ତେବେ ଗୋଟିଏ ଫିଲ୍ମ କାହାଣୀ ରୁ ଦୁଇ ଟି ନିର୍ମାଣ ସଂସ୍ଥା ନକଲ କରି ଏବେ ତୁ ତୁ ମେଁ ମେଁ ହେବାରେ ଲାଗିଛନ୍ତି I ମିଳିଥିବା ଖବର ଅନୁଯାଇ ରାଜ୍ୟର ଦୁଇଟି ବଡ ଫିଲ୍ମ ନିର୍ମାଣ କାରି ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନ ଏବଂ ସିଦ୍ଧାର୍ଥ ଟିଭି ବେସ ପରିଚିତ I

ତେବେ ଦୁଇଜଣଙ୍କର ଏକା ସାଙ୍ଗରେ ଦୁଇଟି ଚଳଚିତ୍ର ମୁକ୍ତିଲାଭ କରିଥିଲା I ସିଦ୍ଧାର୍ଥ ଟିଭି ନିବେଦିତ ‘ବାପା ତମେ ଭାରି ଦୁଷ୍ଟ’ ଏବଂ ତରଙ୍ଗ ସିନେ ପ୍ରଡକ୍ସନ ର ‘ଚାଲ ଟିକେ ଦୁଷ୍ଟ ହେବା’ ।ମୁକ୍ତିଲାଭ ପରେ ଦୁଇ ସଂସ୍ଥା ମଧ୍ୟରେ ତୁ ତୁ ମେଁ ମେଁ ଚାଲିଛି I ସିଦ୍ଧାର୍ଥ ଟିଭି ର ‘ବାପା ତମେ ଭାରି ଦୁଷ୍ଟ’ ତରଫରୁ ତରଙ୍ଗ ସିନେ ପ୍ରଡକ୍ସନ ନାମରେ ସଂଗୀନ ଅଭିଯୋଗ ଅଣାଯାଇଛି

Iକୁହାଯାଇଛି ଯେ ତରଙ୍ଗ ସିନେ ପ୍ରଡକ୍ସନ ତାଙ୍କ କାହାଣୀ ଚୋରି କରି ଫିଲ୍ମ ନିର୍ମାଣ କରିଛି ଯଦିଓ ଫିଲ୍ମ ର ମୂଳ କାହାଣୀ ଟି ଗୁଜରାଟୀ ଅଟେ ଏବଂ ସିଦ୍ଧାର୍ଥ ଟିଭି ପାଖରେ ଏହାର ନକଲ କରିବାର ସ୍ୱତ୍ୱାଧିକାର ଅଛି I ଏନେଇ ତରଙ୍ଗ ସିନେ ପ୍ରଡକ୍ସନ ତରଫରୁ କୌଣସି ସୂଚନା ବର୍ତମାନ ସୁଦ୍ଧା ଦିଆଯାଇନାହିଁ I

Leave a Reply

Your email address will not be published. Required fields are marked *