ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ଚୋରି କରି ନେସ୍କୋ ର ଇଞ୍ଜିନିଅର ଏବଂ ଷ୍ଟୋର କିପର ଗିରଫ

ବିଦ୍ୟୁତ ବଣ୍ଟନ କମ୍ପାନୀ ନେସ୍କୋ ର ବାଲେଶ୍ୱର ଅଫିସ ରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ କଣ୍ଡକ୍ଟର ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ଗିରଫ ହେଇଛନ୍ତି ଇଞ୍ଜିନିଅର ଏବଂ ଦୁଇଜଣ ଷ୍ଟୋର କିପର I ମିଳିଥିବା ଖବର ଅନୁଯାଇ ଘଟଣା ଟି ବାଲେଶ୍ୱର ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ର I ଏହି ବିଭାଗରେ ନୂଆ କରି ଦାୟିତ୍ୱ ନେଇଥିବା ନିର୍ବାହୀ ଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋଇ ଯୋଗ ଦେବା ପରେ ଷ୍ଟୋର ରେ ଦେଖିବାକୁ ପାଇଥିଲେ କି ବହୁପରିମାଣରେ ବିଦ୍ୟୁତ ସାମଗ୍ରୀ ନାହିଁ ତେଣୁ ବାଧ୍ୟ ହେଇ ନଭେମ୍ବର 2018 ରେ ନେସ୍କୋ ଭିଜିଲାନ୍ସ କୁ ଜଣାଇଥିଲେ I

ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ଦେଖାଯାଇଥିଲା କି ଏକ ଟ୍ରକ ରେ ବହୁପରିମାଣରେ ବିଦ୍ୟୁତ ସାମଗ୍ରୀ ଲୋଡ ହେଇ ବାହାରକୁ ଯାଇଥିଲା ଯେଉଁଥିରେ କି ଇଞ୍ଜିନିଅର ଚିତ୍ତରଞ୍ଜନ ମିସ୍ତ୍ରୀ ,ଏବଂ ଷ୍ଟୋର କିପର ସତ୍ୟବ୍ରତ ଦାସ ,ରାଜେନ୍ଦ୍ର ରାୟ ଉପସ୍ଥିତ ଥିଲେ I

ଏନେଇ ନିର୍ବାହୀ ଯନ୍ତ୍ରୀ ସହଦେଵ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା 311/2018 ରେ ମାମଲା ରୁଜୁ ହେଇ ତଦନ୍ତ ହେବା ପରେ ଗତକାଲି ଇଞ୍ଜିନିଅର ଚିତ୍ତରଞ୍ଜନ ମିସ୍ତ୍ରୀ ,ଏବଂ ଷ୍ଟୋର କିପର ସତ୍ୟବ୍ରତ ଦାସ ,ରାଜେନ୍ଦ୍ର ରାୟଙ୍କୁ ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଙ୍କ ତତ୍ୱାବଧାନ ରେ ଗିରଫ କରାଯାଇଛି I

ଏନେଇ ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଓଡିଶା ଏକ୍ସକ୍ଲୁସିଭ କୁ ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ଙ୍କ ଗିରଫ ପରେ ଅନ୍ୟ କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ ଜାରି ରହିଛି ତେବେ ଏ ତିନି ଜଣ ଚୋରି ରେ ସମ୍ପୃକ୍ତ ଥିଲେ ଯାହାର କି ପ୍ରମାଣ ମିଳିସାରିଛି I

Leave a Reply

Your email address will not be published. Required fields are marked *