ଆଉ ସମ୍ଭାଳି ପାରୁନାହାନ୍ତି ନିରଞ୍ଜନ ନବୀନଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଦିନ ଗଣିବା ଆରମ୍ଭ କଲେଣି

ନିକଟଅତିତ ରେ ତିନୋଟି ରାଜ୍ୟରେ କଂଗ୍ରେସ ର ସଫଳତା ରେ ବେଶ ଉତ୍ସାହିତ ହେଇପଡିଛି ଜାତୀୟ କଂଗ୍ରେସ Iସାରା ଦେଶର ପୁଣିଥରେ କଂଗ୍ରେସ ର ହାୱା ବହୁଛି ବୋଲି ନିଜେ ନିଜେ ପ୍ରଚାର କରିବା ଆରମ୍ଭ କରିଦେଲେଣି I ତେବେ ତିନୋଟି ରାଜ୍ୟରେ କଂଗ୍ରେସ ସରକାର ଗଢିବା ପରେ ଓଡ଼ିଶାରେ ନିରଞ୍ଜନ ପୁରା ଖୁଶିରେ ନାଚିବା ଭଳି ଅବସ୍ଥା I ଏତେ ଖୁଶି ହେଇଗଲେଣି ଯେ ଓଡ଼ିଶାର କଂଗ୍ରେସ ର ସ୍ତିତି କଣ ଭୁଲିଯାଉଛନ୍ତି I ଗତ ନିର୍ବାଚନ ସମୟରେ କଂଗ୍ରେସ ଦୁଇ ନମ୍ବର ଥିବାବେଳେ ପଂଚାୟତ ନିର୍ବାଚନ ରେ ତିନିନମ୍ବର ସ୍ଥାନରେ ଅଛି କଂଗ୍ରେସ I

କିନ୍ତୁ ଏବେ ଆଗକୁ ନିର୍ବାଚନ ଆସୁଥିବା ବେଳେ କଂଗ୍ରେସ ସରକାର ଗଢ଼ିବ ଏବଂ ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୁରା ଭାବି ସାରିଲେଣି I କେବଳ ଭାବି ନାହାନ୍ତି ଏନେଇ ସୋସିଆଲ ମିଡିଆରେ ଟ୍ୱିଟ ବି କରିଛନ୍ତି ଯେ ଆଉ ମାତ୍ର 135 ଦିନ ବାକି ଅଛି ଏହାପରେ କଂଗ୍ରେସ କ୍ଷମତା କୁ ଆସିବ ଏବଂ ସେ ମୁଖ୍ୟମନ୍ତ୍ରୀ ହେବେ I

Leave a Reply

Your email address will not be published. Required fields are marked *