ଏଥର ଘରେ ଘରେ ବୁଲି ବିଦ୍ୟୁତ ବିଲ୍ ଦେବେ ମହିଳା , ସାଉଥ-କୋ ତରଫରୁ SHG ଙ୍କୁ ବିଦ୍ୟୁତ ବିଭାଗର ପରିଚାଳନା ଦାୟିତ୍ବ ଦିଆଗଲା

ନିକଟରେ ମୁଖ୍ୟମନ୍ତ୍ରୀ ମହିଳା ଶକ୍ତି କୁ ନେଇ ଏକ ବିରାଟ ସମାବେଶ ପୁରୀ ରେ କରିଥିଲେ ଏବଂ ସମସ୍ତ ମହିଳା କିପରି ନିଜର ଉର୍ନ୍ନତି କରିବା ସହିତ ରାଜ୍ୟର ଉର୍ନ୍ନତି କରିପାରିବେ ସେ ନେଇ ସମାବେଶ ରେ ଆଲୋକପାତ କରିଥିଲେ I ତେବେ ବିଦ୍ୟୁତ ବିଭାଗ ରେ ମଧ୍ୟ ଏଥର ମହିଳା ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ I ଏଥର ଘର ଘର ବୁଲି ମହିଳା ମାନେ ବିଦ୍ୟୁତ ବିଲ୍ ଦେବା ସହିତ ବିଦ୍ୟୁତ ଶୁକ୍ଳ ଆଦାୟ କରିବେ I ଏନେଇ ସାଉଥ-କୋ ତରଫରୁ ଏହାର ଶୁଭାରମ୍ଭ କରାଯାଇଛି I

ମହିଳା ମାନଙ୍କୁ ସ୍ୱାବଲମ୍ବୀ ଏବଂ ରୋଜଗାରକ୍ଷମ କରିବାକୁ ନୂତନ ପଦକ୍ଷେପ ଆପଣାଇପାରିଛି ସାଉଥ-କୋ I ବ୍ରହ୍ମପୁର ସହରରେ ବିଦ୍ୟୁତ ବିଭାଗର ବିଦ୍ୟୁତ ବିଲ ଏବଂ ଶୁକ୍ଳ ଆଦାୟ ଦାୟିତ୍ୱ ଏବେ ମହିଳା SHG ମାନଙ୍କୁ ଦିଆଯାଇଛି I ଏନେଇ ଏକ ସଭା ହେଇଥିଲା ଯେଉଁଥିରେ କି
ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଯୋଗ ଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ I

ସୂଚନା ଥାଉ କି ରାଜ୍ୟରେ ବିଭିର୍ଣ୍ଣ ସ୍ଥାନରେ ଏସଏଚଜି ନିୟୋଜିତ କରାଯାଇଛି ବିଦ୍ୟୁତ ବିଲ ଏବଂ ଶୁକ୍ଳ ଆଦାୟ ପାଇଁ କିନ୍ତୁ ସେପରି ଆଖିଦୃଶିଆ ସୁଫଳ ମିଳିପାରିନାହିଁ କେବଳ ନୟାଗଡ କୁ ଛାଡିକି I ନୟାଗଡ ରେ ସେସୁ ଏବଂ ଫେଡ଼କୋ ର ସହଭାଗିତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦ୍ୟୁତ ବିଲ ଦେବା ଏବଂ ଶୁକ୍ଳ ଆଦାୟ କରିବାରେ ଏକ ସଫଳତା ପାଇଛନ୍ତି I

Leave a Reply

Your email address will not be published. Required fields are marked *