ସିକିମ ମୁଖ୍ୟମନ୍ତ୍ରୀ ଙ୍କ ଏତିହାସିକ ନିଷ୍ପତି ପ୍ରତି ପରିବାରରୁ ଜଣେ ବ୍ୟକ୍ତିଙ୍କୁ ମିଳିବ ସରକାରୀ ଚାକିରି

ଦେଶରେ ବେକାରୀ ସମସ୍ୟା ବଢିବାରେ ଲାଗିଛି I ଧୀରେ ଧୀରେ ଏହା ଯେପରି ଏକ ଗୁରୁତର ସମସ୍ୟା ସୃଷ୍ଟି କରୁଛି I ସବୁ ରାଜ୍ୟରେ ବେକାରୀ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି I ରାଜ୍ୟରେ ନିଯୁକ୍ତି ନପାଇ ନିଜ ଆପଣାର ଘର ପରିବାର ଛାଡି ବାହାର ରାଜ୍ୟକୁ ଯାଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ I ଶିକ୍ଷାଗତ ଦୃଷ୍ଟିରୁ ମଧ୍ୟ ଉଞ୍ଚତର ଶିକ୍ଷା ହାସଲ କରିଥିବା ଯୁବ ଗୋଷ୍ଠୀ ମାନେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି I ତେବେ ରାଜ୍ୟଗୁଡି଼କରେ ବେକାରୀ ସମସ୍ୟା ଦୂର କରିବା ପରିବର୍ତେ ନିଜ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଯୁବଗୋଷ୍ଠୀ ଙ୍କୁ ବ୍ୟବହାର କରିବାରେ ଲାଗିଛନ୍ତି I ତେବେ ଏ କ୍ଷେତ୍ରରେ ଏକ ବୈପ୍ଲବିକ ଅଧ୍ୟାୟ ସୃଷ୍ଟି କରିଛନ୍ତି ସିକ୍କିମ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ

I ପ୍ରଥମେ ଋଣଭାର ରେ ବୁଡି ରହିଥିବା ଚାଷୀଙ୍କୁ ଚିହ୍ନଟ କରି ସମସ୍ତ କୃଷି ଋଣ ଛାଡ କରିଥିଲେ I ଏବେ ପୁଣି ଘୋଷଣା କରିଛନ୍ତି ଏକ ବୈପ୍ଲବିକ ନିଷ୍ପତି I କୌଣସି ଘରେ ବେରୋଜଗାରୀ ରହିବେ ନାହିଁ I ସମସ୍ତଙ୍କ ଘରେ ପରିବାର ରୁ କେହି ନା କେହି ଜଣେ ସରକାରୀ ଚାକିରୀ କରିବେ I ତେବେ ଏହି ଘୋଷଣା କୁ ସହଜରେ ଅନ୍ୟ ମାନେ ବିଶ୍ୱାସ କରିନଥିଲେ ମଧ୍ୟ କେବଳ ଘୋଷଣା ନୁହେଁ
କାର୍ଯ୍ୟରେ କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ I

ପ୍ରଥମ ଦିନରେ 11772ଜଣଙ୍କୁ ସରକାର ଙ୍କ ବିଭିର୍ଣ୍ଣ କାର୍ଯ୍ୟରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ I 5ବର୍ଷ କାର୍ଯ୍ୟ କଲା ପରେ ନିୟମିତ କରାଯିବ I ପ୍ରତ୍ୟକ ପରିବାର ରୁ ଜଣଙ୍କୁ ଯୋଗ୍ୟତା ଭିତିରେ ସରକାରୀ ଚାକିରୀ ଦିଆଯିବା ଘଟଣାକୁ ସବୁ ମହଲରୁ ସ୍ୱାଗତ କରାଯିବା ସହିତ ପ୍ରସଂଶା କରାଯାଇଛି I

Leave a Reply

Your email address will not be published. Required fields are marked *