ଛତିଆ ବଟ ର ରହସ୍ୟ :କଳିଯୁଗରେ କଳ୍କୀ ବେଶରେ ଗୁପ୍ତରେ ପୂଜା ପାଉଛନ୍ତି ଜଗନ୍ନାଥ

ଯାଜପୁର ର ଛତିଆ ବଟ ,ଭକ୍ତ ଏବଂ ଓଡିଶା ବାସୀଙ୍କ ମନରେ ବହୁତ ବିଶ୍ୱାସ ରଖିଛି କି ଏଠାରେ ସ୍ୱୟଂ ଜଗନ୍ନାଥ ଗୁପ୍ତରେ ବଢୁଛନ୍ତି ଏବଂ ପାପର ଭାର ବଢିଲେ କଳିଯୁଗ ଶେଷ ସମୟରେ ପ୍ରଭୁ କଳ୍କୀ ବେଶ ଧରି ସବୁ ପାପୀଙ୍କୁ ବିନାଶ କରିବେ I ରହସ୍ୟ :ବଳଭଦ୍ର ଙ୍କ ମୂର୍ତି ଏପରି ସ୍ଥାପିତ ଅଛି ଯେ ଆପଣ ସାମ୍ନାରୁ ଦର୍ଶନ କଲେ ପ୍ରଭୁଙ୍କ ପଛପାଖ ଦୃଶ୍ୟମାନ ହେବ I ବଳଭଦ୍ର ଙ୍କ ହାତରେ ଏକ ଖଣ୍ଡା ଆପଣ ଦେଖିବାକୁ ପାଇବେ ଏଠାରେ I ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିରୂପ ଆପଣ କେଉଁଠି ବି ଦେଖିବାକୁ ପାଇବେ ନାହିଁ I

ବିଶ୍ୱାସ ରହିଛି କି ଏଠାରେ ଗୁପ୍ତରେ କଳିଯୁଗର କଳ୍କୀ ବେଶରେ ପୂଜା ପାଉଛନ୍ତି ଜଗନ୍ନାଥ I ଏକ କୋଠରୀ ମଧ୍ୟ ବନ୍ଦ ରହିଛି କୁହାଯାଏ ଏଠାରେ ସ୍ୱୟଂ ଜଗନ୍ନାଥ ପୂଜା ପାଇଥାନ୍ତି ଏବଂ ଏକ ଖଣ୍ଡା ରହିଛି ଯାହାକି ଦିନକୁ ଦିନ ବଢ଼ିବାରେ ଲାଗିଛି Iଇତିହାସ :ଏହା ହେଉଛି ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥାନ Iଯାହାକି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ପାଖାପାଖି ଅବସ୍ତିତ I

ରାଜା ଚୋଡ଼ଗଙ୍ଗଦେବଙ୍କ ଏହାକୁ ନିର୍ମାଣ କରିଥିଲେ । ମାଳିକା ରଚନା କରିଥିବା ସନ୍ଥ ହାଡ଼ିଦାସ ଏହି ଛତିଆ ବଟ ବିଷୟରେ ବହୁତ କିଛି କହିଛନ୍ତି I ମାଳିକା ରେ 1999 ମହାବାତ୍ୟା ବିଷୟରେ କହିଥିବା କଥା ସବୁ ସତ ହେଇଥିଲା ତେଣୁ ଛତିଆ ବଟ କୁ ନେଇ ଲେଖାଯାଇଥିବା କଥାକୁ ଲୋକମାନେ ସେତିକି ବିଶ୍ୱାସ କରନ୍ତି I

ସନ୍ଥ ହାଡ଼ି ଦାସ ଏହି ଛତିଆ ରେ ମୃତ୍ୟୁବରଣ କରିଥିଲେ ଏବଂ ଏଠାରେ ତାଙ୍କ ସମାଧି ଦିଆଯାଇଥିଲା I କୁହାଯାଏ କି ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହାର ନାମକରଣ ‘ଛତିଆବଟ’ କରାଯାଇଛି Iମାଳିକା ରେ କୁହାଯାଇଛି କି ଯେତେବେଳେ କଳିଯୁଗ ଶେଷ ହେବ ଜଗନ୍ନାଥ ଛତିଆରେ ପୂଜା ପାଇବେ ସେତେବେଳେ ସମ୍ପୂର୍ଣ୍ଣ ବିଶ୍ୱ ଧ୍ୱଂସ ହେଇଯିବ ଏବଂ ଛତିଆ ର ଅଞ୍ଚଳ ପାଣିରେ ଭାସିବ I

ତେବେ ଯଦି ଗୁଗୁଲ ମ୍ୟାପ ଦେଖାଯାଏ ଛତିଆ ର ଆକାର ଦେଖିଲେ ପ୍ରାୟତ ସମସ୍ତେ ଚକିତ ହେଇଯାଆନ୍ତି କାହିଁକିନା ଏହା ର ଆକୃତି ଏକ ଡଙ୍ଗା ପରି I

Leave a Reply

Your email address will not be published. Required fields are marked *