କାମାକ୍ଷାନଗର ବିଜେଡି ର ସେକେଣ୍ଡ ଅପସନ୍ ତପନ ଦାସ

ଗତ କିଛି ଦିନ ତଳେ କାମାକ୍ଷାନଗରରେ କଂଗ୍ରସ ର ପୂର୍ବତନ ପିସିସି ସଭ୍ୟ ତପନ ଦାସ ବିଜେଡ଼ି ରେ ଯୋଗ ଦେଇଥିଲେ । ୧୫.୦୧.୨୦୧୯ରେ ବିଜେଡ଼ି ସଭାପତି ଦଳୀୟ ପଦପଦବୀରେ କିଛି ପରିବର୍ତ୍ତନ କରିଥିଲେ ଯେଉଁ ଥିରେ କି ତପନ ଦାସଙ୍କୁ ରାଜ୍ୟ ସଂପାଦକ ଭାବରେ ଦାୟିତ୍ୱ ମିଳିଛି । ଏହି ଖବର ପାଇ କାମାକ୍ଷାନଗର ବିଜେଡ଼ି ଯୁବମହଲରେ ଖୁସିର ଲହରୀ ଖେଳିଛି ।

ଢେଙ୍କାନାଳ ଜିଲ୍ଲା ବିଜେଡ଼ି ଯୁବ ସଭାପତି ଯଶୋବନ୍ତ ପରିଡ଼ା ଙ୍କ ମୃତ୍ୟୁ ପରେ ଜିଲ୍ଲା ଯୁବ ସଂଗଠନରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଇଥିଲା ତାକୁ ଶ୍ରୀ ଦାସ କଂଗ୍ରେସ ରୁ ଆସି ବିଜେଡ଼ି ରେ ମିଶିବା ପରେ ନିଜ ହାତକୁ ନେଇ ସଠିକ୍ ଭାବରେ ତୁଲାଇଥିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ନୁଆ ଦାୟିତ୍ୱ ନ୍ୟସ୍ତ କରିଥିବାର ଜିଲ୍ଲାରେ ଆଲୋଚନା ଯୋର ଧରିଛି । ଶ୍ରୀ ଦାସଙ୍କର ତୃତୀୟ ମହଲାରେ ସମ୍ପର୍କ ଭଲ ବୋଲି ଶୁଣାଯାଏ ।

ଯଦି ଆଗାମୀ ଦିନରେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସାଂସଦ ଭାବରେ ଲଢିବାକୁ ପଡେ ବା ତେବେ ତପନଙ୍କୁ ହି ବିଜେଡି ବିଧାୟକ ଟିକଟ ଦେବାର ସୁଯୋଗ ଅଧିକ ଅଛି ବୋଲି କହିବା ଭୂଲ ହେବନି

Leave a Reply

Your email address will not be published. Required fields are marked *