୨୦୧୫ ରୁ ଆବାସିକ ବିଦ୍ୟାଳୟର କିଶୋରୀଙ୍କ ନିୟମିତ ଗର୍ଭ ପରୀକ୍ଷା ପାଇଁ ସରକାର ଦେଇଥିଲେ ନିର୍ଦେଶ, ତେବେ କାହିଁକି ହେଉନଥିଲା ପାଳନ

ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଝିଅ ମାନଙ୍କର ନିୟମିତ ଗର୍ଭ ପରୀକ୍ଷା କରିବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ ତାହା କାହିଁକି କାର୍ଯ୍ୟକାରୀ ହେଉନଥିଲା ସେନେଇ ଏବେ ପ୍ରଶ୍ନ ଉଠିଛି |

ଆବାସିକ ବିଦ୍ୟାଳୟଗୁଡିକରେ ଛାତ୍ରୀମାନେ ଗର୍ଭବତୀ ହେବା ଘଟଣା ବାରମ୍ବାର ନଜରକୁ ଆସିବ ଯୋଗୁଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ବିଭାଗ୨୦୧୫ ମସିହା ମାର୍ଚ୍ଚ ୩୦ ତାରିଖରେ ଏଭଳି ନିଷ୍ପତ୍ତି ନେଇଥିଲେ |

ଏଥିପାଇଁ ବିଭାଗ ପକ୍ଷରୁ ଏଏନଏମ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ଲାଗି କୁହାଯାଇଥିଲା |

କେବଳ ଛାତ୍ରୀମାନଙ୍କ ଗର୍ଭ ପରୀକ୍ଷା ନୁହେଁ ଏଥିସହ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ନିୟମିତ କରିବା ପାଇଁ ତତ୍କାଳୀନ ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ | କିନ୍ତୁ ଏହି କାର୍ଯ୍ୟ ଠିକ ଭାବେ ନହେବା ଯୋଗୁଁ ଦାରିଂବାଡ଼ିରେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀ ପାଇଖାନା ଗୃହରେ ସନ୍ତାନ ପ୍ରସବ କରିଥିଲେ ଯାହା କି ବର୍ତ୍ତମାନ ପୁଣି ଏହି ପ୍ରସଙ୍ଗ କୁ ଉଠାଇଛି |

ଏହି ଘଟଣାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଛନ୍ତି | ସେପଟେ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ସରକାରଙ୍କୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ରିପୋର୍ଟ ମାଗିଛନ୍ତି | ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଗ୍ରୀନବାଡ଼ି ଆବାସିକ ବିଦ୍ୟାଳୟର କିଛି କର୍ମଚାରୀଙ୍କୁ ବହିଷ୍କାର କରିବା ସହ କିଛି କର୍ମଚାରୀଙ୍କୁ ନିଲମ୍ବିତ କରି ନିଜ ମୁଣ୍ଡ ରୁ ଦୋଷ କାଢି ଦେଇଥିଲେ |

Leave a Reply

Your email address will not be published. Required fields are marked *