ବିବାହିତ ମହିଳା ଏକତରଫା ପ୍ରେମ ସ୍ୱୀକାର ନକରିବାରୁ 7ବର୍ଷର ପୁଅକୁ ପଥର ରେ ଛେଚି ତାରାତାରିଣୀ ପୀଠରେ ଫୋପାଡ଼ିଦେଲା ବିଫଳ ପ୍ରେମିକ

ଫେସବୁକ ରେ ପ୍ରେମ ପାଇଁ ଚାଲିଗଲା ପୁଅର ଜୀବନ
ଗଞ୍ଜାମ ଜିଲା ର ପ୍ରସିଦ୍ଧ ପୀଠ ତାରାତାରିଣୀ ନିକଟରେ ଗତକାଲି ଏକ ଛୋଟ ପିଲାର ଶବ ଦେଖିବାକୁ ମିଳିଥିଲା I ଖବର ପାଇ ତୁରନ୍ତ ପୋଲିସ ସେଠାରେ ପହଁଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା I ପ୍ରାଥମିକ ତଦନ୍ତ ରୁ ଜଣାପଡିଥିଲା କି ମୃତ ଶିଶୁଟି ହେଉଛି ଅଂଶୁମାନ ଆଚାର୍ଯ୍ୟ(୭) I

ଯାହାଙ୍କ ନାମରେ ଅପହରଣ ହେଇଥିବା ଅଭିଯୋଗ ହେଇଥିଲା I ସେ ହେଉଛି ସଦାନନ୍ଦ ବିହାରର ନିରୂପମା ଆଚାର୍ଯ୍ୟଙ୍କ ପୁଅ I ତେବେ ଘଟଣାର ଖିଅ ଖୋଲିବା ପରେ ଜଣାପଡିଥିଲା କି ଏହା ର ମୂଳକାରଣ ଥିଲା ବିଫଳ ପ୍ରେମ I ତେବେ ଅଭିଯୁକ୍ତ ଗିରଫ ହେବାପରେ ଖୋଲିଥିଲା ନିଜ ଏକତରଫା ପ୍ରେମର ଗୁମର I

ଫେସବୁକ ରେ ନିରୁପମା ଙ୍କୁ ଫ୍ରେଣ୍ଡ ରିକୱେଷ୍ଟ ପଠାଇବା ପରେ ଆସେପ୍ଟ କରିଥିଲେ ନିରୁପମା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିଯାଇଥିଲା I ଏହାକୁ କିନ୍ତୁ ଦେବାଶିଷ ପ୍ରେମ ବୋଲି ଭାବିନେଇଥିଲେ I ଏବଂ ନିରୁପମା ଙ୍କୁ ପ୍ରେମ ନିବେଦନ କରିଥିଲେ I ଅଂଶୁମାନ ଙ୍କ ମା ନିରୂପମା ଆଚାର୍ଯ୍ୟ ଙ୍କୁ ଏକତରଫା ଭଲ ପାଉଥିଲେ ସମ୍ପର୍କୀୟ ଦେବାଶିଷ ପଣ୍ଡା

I ବାରମ୍ବାର ପ୍ରେମ ନିବେଦନ କରିବା ପରେ ନିରୁପମା ତାଙ୍କୁ ବିବାହିତ ବୋଲି କହିବା ପରେ ଦେବାଶିଷ ରାଗି ଯାଇଥିଲେ I ଏହି ବିବାହିତ କାରଣ ପାଇଁ ସେ ତାଙ୍କ ପ୍ରେମକୁ ପାଇ ପାରୁନାହାନ୍ତି ତେଣୁ ପ୍ରେମିକାର ପୁଅକୁ ଜୀବନରୁ ହଟାଇଦେବାକୁ ପ୍ଲାନ କରିଥିଲେ ଦେବାଶିଷ I ଏହାପରେ ସ୍କୁଲ ରେ ଛାଡ଼ିଦେବା ବାହାନାରେ ଅଂଶୁମାନ କୁ ନେଇ ପଥର ରେ ଛେଚି ହତ୍ୟାକରି ତାରାତାରିଣୀ ପୀଠରେ ଫୋପାଡ଼ିଦେଇଥିଲେ I

Leave a Reply

Your email address will not be published. Required fields are marked *