5ଜି ମୋବାଇଲ ନେଟୱାର୍କ ରେ ହେଲା ବିରଳ ଅସ୍ତ୍ରୋ ପ୍ରଚାର

ବିଶ୍ବରେ ପ୍ରଥମ ଥର ପାଇଁ ୫ ଜି ମୋବାଇଲ ନେଟୱାର୍କ ସାହାଯ୍ୟରେ ଏକ ଘୁଷୁରି ର ଅସ୍ତ୍ରୋପଚାର କରାଯାଇଛି। ଚୀନ୍ ସ୍ଥିତ ଫୁଜିଆନ୍ ଜିଲ୍ଲାର ଡ.ଲିଉ ରୋଙ୍ଗ ପ୍ରାୟ ୫୦ ମାଇଲ ଦୂରରେ ବସି ଘୁଷୁରି ର ଅସ୍ତ୍ରୋପଚାର କରିଛନ୍ତି।ଭବିଷ୍ୟତରେ ୫ ଜି ସାହାଯ୍ୟରେ ମଣିଷଙ୍କ ଅସ୍ତ୍ରୋପଚାର ସମ୍ଭବ ବୋଲି ଡାକ୍ତରମାନେ ଆଶାବାଦୀ।

ଡ. ଲିଉ ଏକ ରୋବୋଟିକ ସର୍ଜିକାଲ୍ ଆର୍ମି ସାହାଯ୍ୟରେ ୫ଜି ନେଟୱର୍କକୁ ନେଇ ଏହି ସର୍ଜରୀ କରିଛନ୍ତି।ଏକ ଘଣ୍ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଚାଲିଥିଲା। ରୋବୋଟିକ ଆର୍ମି ୦.୦୧ ସେକେଣ୍ଡ ମଧ୍ୟରେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥିଲା।ଏହି ସର୍ଜରୀ ମାଧ୍ୟମରେ ରୋଗୀର ବିଶେଷ କ୍ଷତ ହୋଇ ନ ଥାଏ ଏବଂ ଯନ୍ତ୍ରଣା କମ୍ ହୋଇଥାଏ।

ଠିକ୍ ସମୟରେ ଡାକ୍ତର ପହଞ୍ଚି ପାରୁ ନ ଥିବା ବେଳେ ୫ଜି ନେଟୱର୍କ ସାହାଯ୍ୟରେ ସୁବିଧାରେ ରୋଗୀଙ୍କ ଅସ୍ତ୍ରୋପଚାର ସମ୍ଭବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।ଏକ ରିପୋର୍ଟ ଅନୁସାରେ ୪ଜି ନେଟୱର୍କ ଠାରୁ ୨୦ ଗୁଣ ଅଧିକ କାର୍ଯ୍ୟ କରି ପାରୁଛି ୫ ଜି ନେଟୱର୍କ।

Leave a Reply

Your email address will not be published. Required fields are marked *