ଗ୍ଲାମର ରୁ ସାନ୍ୟାସିନୀ ମାତା ମାହେଶ୍ୱରୀ ପାଲଟିଗଲେ ଶ୍ୱେତା ମଲ୍ଲିକ

ଶ୍ଵେତା ମଲିକ I ଦିନ ଥିଲା ସେ ଥିଲେ ଓଡ଼ିଆ ସିନେଜଗତର ଆଲବମ ରାଣୀ I ତାଙ୍କ ଆଲବମ ଲୋକଙ୍କ ହୃଦୟ ଛୁଇଁପାରିଥିଲା I କେବଳ ଆଲବମ ନୁହେଁ ଅନେକ ଧାରାବାହିକ ଏବଂ ସିନେମା ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳେ I ତେବେ ଲୋକଙ୍କ ପ୍ରିୟ ହେଇପାରିଥିବା ଏହି ଆଲବମ କୁଇନ ଶ୍ଵେତା ହଠାତ ଦିନେ ଗ୍ଲାମର ଦୁନିଆ ରୁ କେଉଁଆଡେ ଅନ୍ତର୍ଦ୍ଧାନ ହେଇଯାଇଥିଲେ I ତାଙ୍କୁ ଆଉ ଅଭିନୟ ରେ ଦେଖିବାକୁ ମିଳିନଥିଲା I

ତେବେ ଦୀର୍ଘ ବ୍ୟବଧାନ ପରେ ପୁଣିଥରେ ଆଲବମ କୁଇନ ଙ୍କୁ ଦେଖିବାକୁ ମିଳିଛି ଜୟପୁର ରେ କିନ୍ତୁ ଆଉ ସେ ଗ୍ଲାମର୍ସ ନାହିଁ ,ଶରୀରରେ ପାଟ ଲୁଗାକୁ ସନ୍ୟାସୀ ବେଶ ଏବେ ମାତା ପାଲଟିଯାଇଛନ୍ତି ଶ୍ଵେତା I ଜୟପୁର ରେ ପଦ୍ମ ଫୁଲ ଉପରେ ବିରାଜିଛନ୍ତି ମାତା ମାହେଶ୍ୱରୀ I ପାଖରେ ଭକ୍ତ ଙ୍କ ଭିଡ଼ ଜମିବାରେ ଲାଗିଛି I

ଆଶୀର୍ବାଦ ନେଇ ମା ମାହେଶ୍ୱରୀ ଙ୍କ ସରଣରେ ମୁଣ୍ଡିଆ ମାରୁଛନ୍ତି ଭକ୍ତ Iଶ୍ଵେତା ଙ୍କ ଜୟଜୟକାର ରେ କମ୍ପିଉଠୁଛି ସାରା ସହର I ତେବେ ଏନେଇ ଶ୍ଵେତା କହିଛନ୍ତି ଯେ 2000ମସିହାରେ ହଠାତ ସେ ଦିବ୍ୟ ଜ୍ଞାନ ପାଇଲେ ଯାହାଫଳରେ ଗ୍ଲାମର ଦୁନିଆକୁ ବାଏ ବାଏ କରି ସବୁଦିନ ପାଇଁ ସନ୍ୟାସିନୀ ହେଇ ଭକ୍ତ ମାନଙ୍କ ସେବାରେ ଲାଗିଛନ୍ତି I

Leave a Reply

Your email address will not be published. Required fields are marked *