ନାବାଳିକା କୁ ଧର୍ଷଣ କରିଥିବା ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଦେଲେ ବାଲେଶ୍ୱର ସ୍ପେଶାଲ ଜଜ୍‌

ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇଜଣ ଅଭିଯୁକ୍ତ ଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ବିଚାରପତି I ମିଳିଥିବା ସୂଚନା ଅନୁଯାଇ ଘଟଣାଟି ଜଳେଶ୍ୱର ର I ଏଠାରେ ଜଣେ ନାବାଳିକା ସ୍କୁଲ ଯିବା ସମୟରେ ସବୁଦିନ ବାଟରେ ଦୁଇଜଣ ଯୁବକ ତାଙ୍କୁ ଏକତରଫା ପ୍ରେମ ନିବେଦନ କରିବା ସହ ହଇରାଣ କରୁଥିଲେ I ଯୁବକ ଙ୍କ ନାମ ସନାତନ ମଣ୍ଡଳ (୨୬) ଏବଂ ବିକ୍ରମ ମାଝି (୨୦) I ତେବେ ୨୦୧୬ ନୂଆବର୍ଷ ରେ ଦୁଇ ଅଭିଯୁକ୍ତ ନାବାଳିକା କୁ ଘରୁ ଏକୁଟିଆ ଦୁଷ୍କର୍ମ କରିଥିଲେ Iଝିଅ ଜଣଙ୍କ ଯେତେ ନେହୁରା ହେଇଥିଲେ ମଧ୍ୟ ସେମାନେ ଛାଡ଼ିନଥିଲେ ଫଳରେ ପୀଡିତା ଜଣଙ୍କ ଚେତାଶୂନ୍ୟ ହେଇଯାଇଥିଲା

I ଏହାପରେ ସେମାନେ ସେଠାରୁ ଫେରାର ହେଇଯାଇଥିଲେ ଏନେଇ ନାବାଳିକା ଜଣଙ୍କ ନିଜ ପରିବାର ସହିତ ଥାନାରେ ଅଭିଯୋଗ କରିଥିଲେ I ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରାଯାଇଥିଲା ତେବେ ମାମଲାର ତୁରନ୍ତ ବିଚାର କରି ପୋକ୍ସୋ ସ୍ପେଶାଲ ଜଜ୍‌ ୨ ଅଭିଯୁକ୍ତଙ୍କୁ 20ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି I

Leave a Reply

Your email address will not be published. Required fields are marked *