ନୂଆବର୍ଷ ଭେଟି:ବୟସ୍କ ବୃଦ୍ଧବୃଦ୍ଧା ଙ୍କ ବଢ଼ିଲା ଭତ୍ତା ,ପାଇବେ ୭୦୦ ଟଙ୍କା

ନୂଆବର୍ଷ ରେ ମୁଖ୍ୟମନ୍ତ୍ରୀ ବୟସ୍କ ବୃଦ୍ଧବୃଦ୍ଧାଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି I ସେମାନେ ପାଉଥିବା ଭତ୍ତା ପରିମାଣକୁ ବୃଦ୍ଧି କରାଯାଇଛି I ଗରିବ ବୃଦ୍ଧବୃଦ୍ଧା ପାଉଥିବା ମଧୁବାବୁ ପେନସନ୍ କୁ ଆଜି ମୁଖ୍ୟମନ୍ତ୍ରୀ 200ଟଙ୍କା ବଢ଼ାଇ ଦେଇଛନ୍ତି I ଏହା ଦ୍ୱାରା ପାଖାପାଖି ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ I ପୂର୍ବରୁ ବୟସ୍କ ବୃଦ୍ଧବୃଦ୍ଧା ଯେଉଁମାନଙ୍କ ବୟସ ପାଖାପାଖି 80ବର୍ଷ ରୁ ଉର୍ଧ ସେମାନେ 500 ଟଙ୍କା ପାଉଥିଲେ ଭତ୍ତା ବଢିବା ପରେ 700ଟଙ୍କା ପାଇବେ I ଏବଂ ଯେଉଁମାନଙ୍କ ବୟସ 60ରୁ 80ମଧ୍ୟରେ ସେମାନଙ୍କର 200 ବଢି 500ଟଙ୍କା ପାଇବେ I

ତେବେ ଏହି ଯୋଜନା ଆସନ୍ତା ମାସ ଫେବୃଆରୀ 15ତାରିଖରୁ ଲାଗୁହେବ । ବୟସ୍କ ବୃଦ୍ଧବୃଦ୍ଧା ଏହି ଯୋଜନାରେ ଖୁଶି ହେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଆଗକୁ ନିର୍ବାଚନ ଆସୁଥିବାରୁ ଏହା ନିର୍ବାଚନୀ ଚାଲ୍ ବୋଲି ବିରୋଧୀ ଅଭିଯୋଗ କରିଛି I

Leave a Reply

Your email address will not be published. Required fields are marked *