ବର୍ଷାଙ୍କ ଫିଲ୍ମ ନିମିକି ର ଫିଲ୍ମ ପ୍ରିମିୟର ରେ ଓଡିଶା ଆସି ଯୋଗ ଦେବେ ଜୟା ବଚ୍ଚନ

ଆସନ୍ତା 23ତାରିଖ ରେ ଓଡ଼ିଶାରେ ମୁକ୍ତିଲାଭ କରୁଛି ଚଳଚିତ୍ର ନିମକୀ I ଚଳଚିତ୍ର ର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ I ଏହି ଚଳଚିତ୍ର ଟି ନିଜେ ବର୍ଷା ଲେଖିଥିବା ବେଳେ ଅଭିନୟ ମଧ୍ୟ କରିଛନ୍ତି I ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆଦର୍ଶ ଭାବି କିପରି ଏକ ଛୋଟ ଗ୍ରାମ ନିମପୁର ରୁ ନବୀନ ନିବାସ ଯାଏଁ ଗୋଟିଏ ସାଧାରଣ ଝିଅ ନିମିକି ଯାତ୍ରା କରିଛି ତାହାକୁ ଚଳଚିତ୍ର ରେ ଦର୍ଶା ଯାଇଛି I ତେବେ ଚଳଚିତ୍ର ଟି ମୁକ୍ତିଲାଭ କରିବା ପୂର୍ବରୁ ବହୁ ଚର୍ଚ୍ଚା ରେ ରହିଆସିଛି I

ଏବେ ପୁଣିଥରେ ଚର୍ଚ୍ଚା ହେବାକୁ ଯାଉଛି କାହିଁକିନା ବଲିୟୁଡ଼ ର ବିଗ ବି ତଥା ଅମିତାଭ ବଚନ ଙ୍କ ପତ୍ନୀ ଜୟା ବଚ୍ଚନ 23ତାରିଖ ରେ ନିମିକି ଫିଲ୍ମ ପ୍ରିମିୟର ରେ ଯୋଗ ଦେବେ I ଏନେଇ ନିଜେ କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

Leave a Reply

Your email address will not be published. Required fields are marked *