ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା କ୍ୟାନସର ହେଇଥାଏ

ସାଧାରଣତଃ ଅଣ୍ଡା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ I ଅଣ୍ଡା ରେ ମଧ୍ୟ ବହୁତ ପରିମାଣରେ ପ୍ରୋଟିନ ରହିଥାଏ ଯାହାକି ଶରୀର ପାଇଁ ଲାଭଦାୟକ ହେଇଥାଏ Iତେବେ କଣ ଆପଣ ଜାଣିଛନ୍ତି କି ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହେଇଥାଏ I ଏପରିକି ମାତ୍ରାଧିକ ଅଣ୍ଡା ଖାଇବା ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ଯଥେଷ୍ଟ ରହିଥାଏ I ଏନେଇ ହେଇଥିବା ଗବେଷଣା ରୁ ଗବେଷକ ମାନେ କହିଛନ୍ତି I ପରୀକ୍ଷଣ ଅନୁଯାଇ ଯଦି ଆପଣ ସପ୍ତାହ କୁ ପାଖାପାଖି 7ଟି ଅଣ୍ଡା ରୁ ଅଧିକ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ I

କାହିଁକିନା ଏଥିରେ ଥିବା କୋଲେଷ୍ଟ୍ରଲ ଆମ ଶରୀର ରେ କ୍ୟାନ୍ସର ସୃଷ୍ଟି କରିବାରେ ସହାୟକ ହେଇଥାଏ I ଅଣ୍ଡା ରେ ଥିବା କୋଲେଷ୍ଟ୍ରଲ ରକ୍ତରେ ମିଶିନଥାଏ ଯାହାକି ପ୍ରୋଷ୍ଟେଟ କ୍ୟାନସର ର ଏକ କାରଣ ବୋଲି ଗବେଷକ ମାନେ କହିଛନ୍ତି

I କେବଳ ଏତିକି ନୁହେଁ ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ମଧ୍ୟ ହେଇପାରେ I ତେଣୁ ଯଦି ଆପଣଙ୍କର ଅଣ୍ଡା ଖାଇବା ଅଭ୍ୟାସ ଥାଏ ତେବେ ତୁରନ୍ତ ଏହାକୁ ଛାଡ଼ନ୍ତୁ I

Leave a Reply

Your email address will not be published. Required fields are marked *