ଜାଣନ୍ତୁ ଆପଣଙ୍କ ପ୍ରିୟ ନାୟିକା ମିଟୁନା ଙ୍କ ବିଷୟରେ

କେବେ ନାୟିକା ବେଶରେ ଆସନ୍ତି ତ ଆଉ କେବେ ମା’ର ନିଖୁଣ ଅଭିନୟ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖନ୍ତି ପୁଣି କେବେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ କନ୍ଦାଇଦିଅନ୍ତି ସେଥିପାଇଁ ତ ତାଙ୍କୁ କୁହାଯାଏ ଯାତ୍ରାର ଡ୍ରିମ କୁଇନ I ସେ ହେଉଛନ୍ତି ମିଟୁନା ପରିଡା Iକଉଡ଼ି ଖେଳ ରେ ଅଞ୍ଜଳି ଭୂମିକାରେ ନିଜର ନିଖୁଣ ଅଭିନୟ ରେ ସାରା ଓଡ଼ିଶାରେ ଚହଳ ପକେଇଥିବା ମିଟୁନା ତିଆରି କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ I ସେ ଯାତ୍ରା ରେ ଅଭିନୟ କରୁଥିଲେ ମଧ୍ୟ କୋଣ ଅନୁକୋଣ ରେ ତାଙ୍କର ଫଲୋୟର ସଂଖ୍ୟା ଯଥେଷ୍ଟ I

ଯେକୌଣସି ଦର୍ଶକ ତାଙ୍କର ଅଭିନୟ ଆଗରେ ମୁହୂର୍ତକ ପାଇଁ ସ୍ତବ୍ଧ ହେଇଜିବାକୁ ବାଧ୍ୟ ହେବ Iମିଟୁନା ଙ୍କ ଘର ଜଗତସିଂହପୁର ଜିଲ୍ଲାରେ I ତେବେ ପିଲାଦିନରୁ ଅଭିନୟ ପ୍ରତି ଥିବା ନିଜର ରୁଚି ଯାତ୍ରା ଜଗତକୁ ଟାଣି ଆଣିଥିଲା ମିଟୁନା ଙ୍କୁ I ଘର ଲୋକେ ଚାଁହୁନଥିଲେ ଯେ ମିଟୁନା ଅଭିନୟ କରନ୍ତୁ ସେଥିପାଇଁ ସମସ୍ତେ ବିରୋଧ କରୁଥିଲେ କିନ୍ତୁ ମିଟୁନା୧୯୯୪ ମସିହା ରେ ଜୟ ଦୁର୍ଗା ଗଣନାଟ୍ୟ ରେ ପାଦ ଦେଇଥିଲେ I ଏହାପରେ ମଡର୍ଣ୍ଣଅପେରା ,ପାର୍ବତୀ, ଧଉଳି, କଳିଙ୍ଗ, ବିଶ୍ୱରଙ୍ଗମହଲ , ଇଷ୍ଟର୍ଣ୍ଣ ବ୍ଲୁ ପରି ବିଭିର୍ଣ୍ଣ ଅପେରା ରେ ଅଭିନୟ କରିଛନ୍ତି ମିଟୁନା I କିନ୍ତୁ ସବୁଠାରୁ ଅଧିକ ଚର୍ଚାରେ ଅଛନ୍ତି କୋଣାର୍କ ଗଣନାଟ୍ୟରେ I

ତେବେ କୋଣାର୍କ ଗଣନାଟ୍ୟର “କଉଡ଼ି ଖେଳ”, “ଦୁଃଖ ଦେଇଗଲା ଦରଦିବନ୍ଧୁ”,”ରାଧାପିନ୍ଧିଦେଲା ମୀରା ସିନ୍ଦୁର “,”ଆକାଶରେ ମେଘ ନାହିଁ “,”କଂଗ୍ରେସ କନିଆ ବିଜେଡି ବର “,”ଛତାଚିହ୍ନରେ ଭୋଟ ଦିଅ”ଭଳି କଉଡ଼ି ଖେଳ -2 ଭଳି ସୁପର ଡୁପୁର ହିଟ ନାଟକ ରେ ତାଙ୍କ ଦମଦାର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ପାରିଛି I

ତେବେ ମିଟୁନା ଅଭିନୟ କରୁ କରୁ ଯାତ୍ରାରେ ପ୍ରେମ ରେ ପଡିଯାଇଥିଲେ ରତି ଙ୍କ ସହିତ I ରତିକାନ୍ତ ଏବଂ ମିଟୁନା ଅଧିକାଂଶ ଯାତ୍ରାରେ ନାୟକ ନାୟିକା ଅଭିନୟ କରୁ କରୁ ବାସ୍ତବ ଜୀବନରେ ପ୍ରେମରେ ପଡିଯାଇଥିଲେ ଏବଂ 2005 ମସିହାରେ ବିବାହ କରିଥିଲେ I

8ବର୍ଷର ଏକ ପୁତ୍ର ସନ୍ତାନ କୁ ନେଇ ଦୁଇଜଣଙ୍କ ବୈବାହିକ ଜୀବନ ବେଶ ଖୁଶି ଅଛି I

Leave a Reply

Your email address will not be published. Required fields are marked *