ଢେଙ୍କାନାଳ ବିଧାୟକ ଙ୍କ ଗ୍ରାମ ନିକଟରେ ଖାପ୍ ପଞ୍ଚାୟତ,ନିରୀହ ଲୋକେ ହନ୍ତସନ୍ତ, ପ୍ରସାଶନ ଚୁପ

ସ୍ୱାଧୀନତା ର ଦୀର୍ଘ 71ବର୍ଷ ପରେ ବି ଏବେବି ଗାଁ ରେ ଚାଲିଛି ଖାପ୍ ପଞ୍ଚାୟତ I ପଞ୍ଚାୟତ ର ମନମୁଖୀ ସାଶନ ରେ ଚାଲିଛି ଆଇନ କାନୁନ ଆଉ ହଇରାଣ ହେଉଛନ୍ତି ନିରୀହ ଜନସାଧାରଣ I ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ର ଗନ୍ଦିଆ ବ୍ଲକ ଖଣ୍ଡବନ୍ଧ ଗ୍ରାମ ପଂଚାୟତର ପୁରୁଣାଅମାଙ୍ଗ ଗ୍ରାମରେ I କୌଣସି କାରଣ ବଶତଃ ଗ୍ରାମର ଜଙ୍ଗଲ ଜମି,ରାସ୍ତା,ଗୋଚର ,ଗୋ ଦଣ୍ଡା ର କୌଣସି ଆସୁ ସମାଧାନ ହେଇପାରିନଥିବାରୁ ବିନା କୌଣସି ସୂଚନାରେ ରାମଚଣ୍ଡୀ ପୂଜା ପ୍ରତିଷ୍ଠାନ ତରଫରୁ କିଛି ସଭ୍ୟ ଙ୍କ ଦ୍ୱାରା ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି I

ଏହାକୁ ନେଇ ଗ୍ରାମବାସୀ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି I ଏପରିକି ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ହସ୍ପିଟାଲ ଯିବାକୁ ବାହାରିଥିବା ବେଳେ ତାଙ୍କୁ ମଧ୍ୟ ଛାଡ଼ିନଥିଲେ I

ପୂଜା କମିଟି ସଦସ୍ୟ ଙ୍କ ନେତୃତ୍ୱରେ ଏହି ଧର୍ମଘଟ ହେଇଥିଲେ ମଧ୍ୟ,ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି ତେବେ ଖବର ଲେଖାଯିବା ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରିନାହିଁ I ତେବେ ସବୁଠୁ ବଡ କଥା ହେଉଛି ଏହି ଗ୍ରାମଟି ବିଧାୟକ ସରୋଜ ସାମଲ ଙ୍କ ଗ୍ରାମରୁ ମାତ୍ର 4/5କିଲୋମିଟର ଦୂରତା I ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏହିପରି ଭାବରେ ନିରୀହ ଲୋକଙ୍କୁ ହଇରାଣ କରାଯାଉଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନାହିଁ I

Leave a Reply

Your email address will not be published. Required fields are marked *