ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ କିନ୍ତୁ ପାଳନୀୟ ନୁହେଁ :ଜାଣନ୍ତୁ କଣ କରିବେ

ନୂଆବର୍ଷ ଆରମ୍ଭରୁ ପ୍ରଥମ ମାସ ଜାନୁଆରୀ ରେ ସୂର୍ଯ୍ୟପରାଗ ପଡ଼ିଥିବା ବେଳେ ଏବେ ପୁଣି ଥରେ ଆଜି ଚନ୍ଦ୍ରଗ୍ରହଣ ପଡିଛି Iତେବେ ଏହା ଭାରତକୁ ଦେଖାଯିବ ନାହିଁ କେବଳ ଉତ୍ତର ଆମେରିକା, ଇଂଲଣ୍ଡ, ଗ୍ରିନ୍‌ ଲାଣ୍ଡ୍‌, ଫ୍ରାନ୍ସ, ସ୍ବେଡେନ୍‌, ଆଫ୍ରିକା, ୟୁରୋପ, ଦକ୍ଷିଣ ଆମେରିକା, ନର୍‌ୱେ, ସ୍ପେନ୍‌ ଏବଂ ପତୁର୍ଗାଲ ଅଞ୍ଚଳରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ,ସେଠାରେ ରାତ୍ରି ହେଉଥିବା ବେଳେ ଭାରତରେ ଦିନ ସମୟ ଅଟେ ଯାହାକି 1ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ I ସକାଳ ୧୦ଟା ୧୧ ମିନିଟ୍‌ରୁ ପୂର୍ବାହ୍ନ ୧୧ଟା ୧୩ ମିନିଟ୍‌ ଏହା ଉପରୋକ୍ତ ଦେଶରେ ଦୃଶ୍ୟମାନ ହେବ I

ଏହି ଚନ୍ଦ୍ରଗ୍ରହଣ କୁ ସୁପର ବ୍ଲଡ ଉଲଫ ମୁନ୍‌ କୁହାଯାଉଛି I ସାଧାରଣତଃ ଚନ୍ଦ୍ର ଠାରୁ ଏହିଦିନ ଚନ୍ଦ୍ର ବଡ ଏବଂ ଲାଲ ବର୍ଣ୍ଣ ରହିବ ଯାହାକୁ ଦେଖି ବିଲୁଆ ବା ଶିଆଳ ମାନେ ଜୋରରେ ଭୁକିଥାନ୍ତି ସେଥିପାଇଁ ଏହାର ନାମ ସୁପର ବ୍ଲଡ ଉଲଫ ମୁନ୍‌ ରଖାଯାଇଛି I ଭାରତକୁ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଏହା ର ପ୍ରଭାବ ପଡିବ I ତେବେ ଏହାର ପ୍ରଭାବରେ ମେଷ, ସିଂହ, ବିଛା , ତୁଳା,କୁମ୍ଭ ରାଶିକୁ ଭଲ ଫଳ ମିଳିବ I

Leave a Reply

Your email address will not be published. Required fields are marked *