ଭାସି ଯାଉଥିବା ୩ ଇଞ୍ଜିନିୟରିଂ ଛାତ୍ରଙ୍କୁ ପୁରୀ ସମୁଦ୍ର ଜଳରୁ ଭିଡି ଆଣିଲେ ଆଇସକ୍ରିମ ବିକାଳି…

ଗତକାଲି ପୁରୀ ଅସ୍ତରଙ୍ଗ ରେ ଘଟିଛି ଅଘଟଣ I ପିକନିକ ପାଇଁ ରାଜଧାନୀ ର ଏକ ଘରୋଇ କଲେଜ ର କିଛି
ଇଞ୍ଜିନିୟରିଂ ପିଲା ପୁରୀ ଅସ୍ତରଙ୍ଗ ଯାଇଥିଲେ I ତେବେ ସେଠାରେ ସମୁଦ୍ର ସ୍ନାନ କରୁଥିବା ସମୟରେ ପାଣିରେ ବୁଡିଯାଇଥିଲେ 5ଜଣ ଛାତ୍ର ,ଜୀବନ ବଞ୍ଚାଇବାକୁ ଆକୁଳ ଚିତ୍କାର କରୁଥିଲେ Iଶହ ଶହ ଲୋକ ଦେଖୁଥିଲେ ବି କିଛି କରିପାରିନଥିଲେ ,ସମୁଦ୍ର ର ଅଗଭୀର ଜଳରାଶି ସେମାନଙ୍କୁ ଭିତରକୁ ଟାଣି ନେଉଥିଲା I କିନ୍ତୁ ବାଲି ରେ ପାନ ଦୋକାନ/ ଆଇସକ୍ରିମ ବିକୁଥିବା ୨୧ ବର୍ଷର ଯୁବକ ରାଜେଶ ବାରିକ ସେମାନଙ୍କ କରୁଣା ଚିତ୍କାର ଶୁଣି ଧର୍ଯ୍ୟ ଧରି ରହିପାରିନଥିଲେ ।

ଏକ ଟ୍ୟୁବ ନେଇ ଡେଇଁପଡ଼ିଥିଲେ ଅଗଭିର ସମୁଦ୍ରକୁ ଏବଂ ବୁଡ଼ିଯାଉଥିବା ତିନି ଇଞ୍ଜିନିୟରିଂ ଛାତ୍ର ଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ I ଆଇସକ୍ରିମ ବିକାଳି ଙ୍କ ପାଇଁ ତିନି ଜଣଙ୍କ ଜୀବନ ବଞ୍ଚିଯାଇଥିଲା I ସବୁଆଡୁ ଏବେ ରାଜେଶ ଙ୍କ ପାଇଁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *