ମସଲାରେ ମିଶୁଛି କରତ ଗୁଣ୍ଡ ଏବଂ ସରୁ ବାଲି !!!ମସଲା ଖାଦ୍ୟ ରେ ବିଷ !!

ଆଜିକା ଯୁଗରେ ରୋଷେଇଘର ର ଜାଗା ନେଇଛି ମସଲା ଗୁଣ୍ଡ I ତରକାରୀ ର ସ୍ୱାଦ ବଢାଇବାରେ ମସଲା ଗୁଣ୍ଡର ବ୍ୟବହାର ପ୍ରାୟତ ଘରେ ଘରେ କରାଯାଉଛି ,ଯେଉଁଥିପାଇଁ ଏବେ ସମସ୍ତଙ୍କର ପ୍ରିୟ ପାଲଟିପାରିଛି ମସଲାଗୁଣ୍ଡ I ରାଜ୍ୟରେ ମଧ୍ୟ ବିଭିର୍ଣ୍ଣ ମସଲା ଗୁଣ୍ଡ ତିଆରି କରୁଥିବା କମ୍ପାନୀ ମଧ୍ୟରୁ କିଛି କମ୍ପାନୀ ଲୋକଙ୍କ ଭରଷା ବିଶ୍ୱାସ ଜିତିବା ସହିତ ଭଲ କ୍ୱାଲିଟି ଯୁକ୍ତ ମସଲା ବଜାର କୁ ଛାଡ଼ିଥାନ୍ତି I ସେଥିମଧ୍ୟରୁ ରୁଚି ,ଏଭରେଷ୍ଟ ,ଭାରତ ମସଲା ଏବଂ ଏମଡିଏଚ୍ ଅନ୍ୟତମ I ସବୁବେଳେ ନିଜର ଗୁଣଵତ୍ତI ପାଇଁ ଏମାନେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି I କିନ୍ତୁ ଏହି ନାମିଦାମୀ ବ୍ରାଣ୍ଡର ନକଲି କରି କିଛି ଦଲାଲ ଭେଜାଲ ମସଲା ପାକେଟ ତିଆରିକରି ବଜାର କୁ ଛାଡ଼ୁଛନ୍ତି ଏବଂ ଲକ୍ଷ ଲକ୍ଷ ମୁନାଫା କମIଉଛନ୍ତି I

ସାଧାରଣତଃ ଏହି ନାମିଦାମୀ ବ୍ରାଣ୍ଡ ନା ରେ ଚିକେନ ମସଲା ,କରି ମସଲା ହଳଦୀ ଗୁଣ୍ଡ ଇତ୍ୟାଦି ମସଲା ଗୁଣ୍ଡ ରେ ଭେଜାଲ ଭାବରେ କରତ ଗୁଣ୍ଡ, କୁଣ୍ଡା ,ସରୁବାଲି ମିଶାଯାଇ ବଜାର କୁ ଛାଡ଼ୁଛନ୍ତି ଦଲାଲ ମାନେ I

ଜାଣିଶୁଣି ଏଭେରେଷ୍ଟ, ଏମଡିଏଚ୍ ଭଳି ନାମୀ ଦାମୀ ବ୍ରାଣ୍ଡ କୁ ବଦନIମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ହେଇଥିବା କମ୍ପାନୀ କର୍ତ୍ତୃପକ୍ଷ ଜଣାଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇ କିଛି କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *