ଖ୍ରୀଷ୍ଟିଆନ୍ ମିଶୋନାରି ଗ୍ରାହାମ୍ ଷ୍ଟେନ୍ ଙ୍କ ହତ୍ୟାକାଣ୍ଡ ଉପରେ ଆସୁଛି ଚଳଚ୍ଚିତ୍ର ଦ ଲିଷ୍ଟ ଅଫ୍ ଦିଜ୍

ପରଦାକୁ ଆସୁଛି ବହୁ ଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିଶୋନାରି ଗ୍ରାହାମ୍ ଷ୍ଟେନ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ୍ “ଦ ଲିଷ୍ଟ ଅଫ୍ ଦିଜ୍”ଉଭୟ ଭାରତୀୟ ଓ ବିଦେଶୀ କଳାକାରଙ୍କୁ ନେଇ ନିର୍ମିତ। ଏହି ଫିଲ୍ମ୍ ପ୍ରଥମେ ଆମେରିକା ପରେ ଭାରତ ଏବଂ ଅଷ୍ଟ୍ରେଲିଆ ରେ ଏହାର ରିଲିଜ୍ ପାଇଁ ଲକ୍ଷ ରଖାଯାଇଥିବା ବେଳେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲର୍ ୧୦ ବର୍ଷ ତଳର ସେହି କାଳ ରାତିର ଘଟଣା କୁ ଦର୍ଶକଙ୍କ ମନରେ ପୁନର୍ଜୀବିତ କରିଛି।

୧୯୯୯ ଜାନୁଆରୀ ୨୨ ର ଶୀତୁଆ ରାତି।କେନ୍ଦୁଝର ଏବଂ ମୟୁରଭଞ୍ଜ ସିମାନ୍ତବର୍ତ୍ତି ମନୋହରପୁର ରେ ଘଟିଗଲା ନିର୍ମମ ହତ୍ୟାକାଣ୍ଡ। କୃଷ୍ଠ ରୋଗୀଙ୍କ ସେବା ଆଳରେ ଆଦିବାସୀଙ୍କ ବେଆଇନ ଧର୍ମ ପରିବର୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲିଆ ମିଶୋନାରି ଗ୍ରାହାମ୍ ଷ୍ଟେନ ଏବଂ ତାଙ୍କ ଦୁଇ ପୁତ୍ରଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜିଅନ୍ତା ଜାଳିଦେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ।ହେଲେ କଣ ଥିଲା ହତ୍ୟାକାଣ୍ଡ ପଛର ରହସ୍ୟ।ତେବେ କଣ ଥିଲା ଷ୍ଟେନ ଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟ?

ସେବା ନା ଧର୍ମ ପ୍ରଚାର?ଏହି ସବୁ ପ୍ରଶ୍ନ ସହିତ ପରଦାକୁ ଆସୁଛି ଏହି ଫିଲ୍ମ୍ ” ଦ ଲିଷ୍ଟ୍ ଅଫ୍ ଦିଜ”ଭାରତୀୟ ନିର୍ଦ୍ଦେଶକ ଅନିଲ ଷ୍ଟାନିଏଲ୍ ଙ୍କ ନିର୍ଦ୍ଦେଶକ ଏହି ଫିଲ୍ମ୍ ରେ ଓଲିଉଡ଼ ଅଭିନେତା ମନୋଜ ମିଶ୍ରଙ୍କ ସହ ବଲିଉଡ୍ କଳାକାର ସର୍ମନ୍ ଯୋଶୀ ଓ ପ୍ରକାଶ ବେଲୱାଡି ପ୍ରମୁଖ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *