ଦୁର୍ଘଟଣା ରେ ମାଙ୍କଡ଼ ହାତ କଟିଯାଇଥିଲା ,ଡାକ୍ତର ବ୍ୟାଣ୍ଡେଜ କରିଦେଲେ ଆଉ ତାପରେ ନିୟମିତ ହସ୍ପିଟାଲ ଆସୁଛି ମାଙ୍କଡ଼

କୁହାଯାଏ କି ମଣିଷ ର ପୂର୍ବ ପୁରୁଷ ମାଙ୍କଡ଼ ହିଁ ଥିଲେ I ମାଙ୍କଡ଼ ର ପରିବର୍ତନ କ୍ରମଶଃ ମଣିଷ ର ସୃଷ୍ଟି I ମଣିଷ ପରି ମାଙ୍କଡ଼ ମଧ୍ୟ ବ୍ୟବହାର ଦେଖାଇଥାଏ ,ଭଲମନ୍ଦ ଜାଣିପାରିଥାଏ I ତେବେ ଯଦି ଆମମାନଙ୍କର କୌଣସି ଦୁର୍ଘଟଣା ଘଟେ ହସ୍ପିଟାଲ ଯାଇ ଡାକ୍ତର ଙ୍କୁ ଦେଖାଇ ଔଷଧ ଖାଇଲେ ରୋଗ ଭଲ ହେଇଥାଏ I କିନ୍ତୁ ଜୀବଜନ୍ତୁ ମାନଙ୍କ ଶରୀର ଖରାପ ହେଲେ ସେମାନେ କଷ୍ଟ ସହିଯାଆନ୍ତି I କିନ୍ତୁ ଜୟପୁର ରେ ଘଟିଛି ଏକ ଆଶ୍ଚର୍ଯ୍ୟ ଘଟଣା I

ଦୁର୍ଘଟଣା ରେ ଗୋଟିଏ ମାଙ୍କଡ଼ ର ହାତ କଟିଯାଇଥିଲା ,ବିଚରା ବହୁ କଷ୍ଟ ପାଉଥିଲା କିନ୍ତୁ ଏକ ଗଛ ମୂଳରେ ବସିଥିବା ସମୟରେ ନିକଟରେ ଏକ ମେଡ଼ିସିନ ଷ୍ଟୋର ଥିଲା I ସେଠାକୁ ଖଣ୍ଡିଆ ଖାବରା ହେଇ ଆସୁଥିବା ଲୋକମାନେ ବ୍ୟାଣ୍ଡେଜ ବାନ୍ଧି ଘରକୁ ଯାଉଥିବା ଦେଖି ମାଙ୍କଡ଼ ମଧ୍ୟ ପହଞ୍ଚିଥିଲା ଡାକ୍ତର ଙ୍କ ପାଖରେ I ଡାକ୍ତର ଜଣଙ୍କ ଡରିଯାଇଥିଲେ ମଧ୍ୟ ମାଙ୍କଡ଼ ଟି ନିଜ ଖଣ୍ଡିଆ ହାତକୁ ଚୁପ କରି ଦେଖାଇଥିଲା I

ଘଟଣା ସ୍ଥଳରେ ଥିବା ଲୋକମାନେ ଚକିତ ହେଇଯାଇଥିଲେ I ଡାକ୍ତର ଜଣଙ୍କ ମାଙ୍କଡ଼ ହାତରେ ଔଷଧ ଦେଇ ବ୍ୟାଣ୍ଡେଜ ବାନ୍ଧିଦେଇଥିଲେ ଏବଂ ମାଙ୍କଡ଼ ଟି ସେଠାରୁ ପଳାଇଥିଲା I ତେବେ ସେବେଠାରୁ ନିୟମିତ 10ଦିନ ଧରି ପ୍ରତ୍ୟକ ଦିନ ମାଙ୍କଡ଼ ଟି ସେହି ଡାକ୍ତର ଙ୍କ ପାଖକୁ ଆସୁଛି ଏବଂ ନିଜ ହାତ ଦେଖାଇ ଔଷଧ ଲଗାଇ ଚାଲିଯାଉଛି I ମାଙ୍କଡ଼ ଟିର ଘା ଶୁଖିଗଲାଣି ,ଏହି ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳ ରେ ଜୋରରେ ଚର୍ଚ୍ଚା ଧରିଛି I

Leave a Reply

Your email address will not be published. Required fields are marked *