ଢେଙ୍କାନାଳ ରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର ।

କିଛି ଦିନ ପୂର୍ବରୁ ଢେଙ୍କାନାଳ ରେ ବିଜେପି ଜନପରାମର୍ଶ ଯାତ୍ରା ସମୟରେ ବିଜେପିର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଗୋଷ୍ଠି ମଧ୍ୟରେ ମତାନ୍ତର କଥା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା । ୨୩.୦୧.୨୦୧୯ ରେ ପୁଣି ସେହିପରି ସାଂସଦ ଆଶାୟୀ ସୁସ୍ମିତା ସିଂହଦେଓ ଓ ରାଜୀବଲୋଚନ ସିଂହଦେଓ ଙ୍କ ଆବହକତ୍ବରେ ଏକ ବନ୍ଧୁମିଳନ ଆୟୋଜିତ ହୋଇଥିଲା ।

ଏହି ସଭାରେ ବରିଷ୍ଠ ବିଜେପି ନେତା ଦିପକ ପଟ୍ଟନାୟକ, ରମେଶ ସାମଲ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୋଜ ନଳୀନି ମହାଳିକ,ପୂର୍ବତନ ପୋରାଧ୍ୟକ୍ଷ ନବିନ ଦଳେଇ ଆଦି ଯୋଗ ଦେଇଥିବା ବେଳେ ଅନ୍ୟ ପଟେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ବନ୍ଧୁମିଳନ ରେ ଯୋଗ ନଦେଇ ଅଲଗା ଗଁଦିଆ ବ୍ଲକ ଜୋନ୍ ୩ ସଭା କରିବା ଘଟଣା ଜିଲ୍ଲା ବିଜେପିର ଗୋଷ୍ଠିକନ୍ଦଳକୁ ପଦାରେ ପକେଇଛି ।

ବିଜେପି ର ମିଶନ ୧୨୦ ମଉଳି ମଉଳି ଆସୁଥିବା ବେଳେ ଜିଲ୍ଲା ବିଜେପିରେ ଏପରି ଗୋଷ୍ଠିକନ୍ଦଳ ସାଧରଣ ଲୋକଙ୍କୁ ଆଲୋଚନାର ଖୋରାକି ଯୋଗାଇଛି ।

Leave a Reply

Your email address will not be published. Required fields are marked *