ବିଧାୟକଙ୍କ ବିରୋଧରେ ଥାନା ବାବୁ କାର୍ଯ୍ୟାନୁଷ୍ଠାନ ନନେବାରୁ ଶେଷରେ ଗାଁ ବାସି ଥାନା ଭିତରେ ପଶି ଭଙ୍ଗାରୁଜା କଲେ

ବିଧାୟକ ଙ୍କ ବିରୁଧରେ କୁହୁଳୁଥିବା ନିଆଁ କ୍ରମଶଃ ଉଗ୍ର ରୂପ ନେଇଛି I କୌଣସି କାରଣରୁ ପୂର୍ବତନ ସରପଞ୍ଚ ଏବଂ ପ୍ରଶାନ୍ତ କୁମାର ଜଗଦେବଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିଲା ଯେଉଁଥିପାଇଁ ବିଧାୟକ ପୂର୍ବତନ ସରପଞ୍ଚ କିଶୋର ସ୍ବାଇଁ ଙ୍କୁ ଆକ୍ରମଣ ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ବୋଲି ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶ୍ରୀଯୁକ୍ତ ସ୍ୱାଇଁ I କିନ୍ତୁ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଥାନାଧିକାରୀ I ଶେଷରେ ବାଧ୍ୟ ହେଇ ଶ୍ରୀ ସ୍ୱାଇଁ ଙ୍କ ସମର୍ଥକ ମାନେ ଆଜି ଥାନା ଘେରାଓ କରିବା ସହିତ ଥାନା ଭିତରେ ଜୋର କରି ପଶିଥିଲେ I ଥାନାରେ ଥିବା ଆସବାବ ପତ୍ର ଭାଙ୍ଗିବା ସହିତ ୫୭ ନଂ.ଜାତୀୟ ରାଜପଥକୁ ଅବରୋଧ କରିଥିଲେ I

ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା I ଯେ ପର୍ଯ୍ୟନ୍ତ ବିଧାୟକ ପ୍ରଶାନ୍ତ ଙ୍କୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ରାସ୍ତାରୋକ କରାଯିବ ବୋଲି ଉତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି I

Leave a Reply

Your email address will not be published. Required fields are marked *